ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଆୟୋଜିତ ଟାଇମ ପାସ ପ୍ରକାଶନ ଦ୍ୱାରା ଆୟୋଜିତ ଉତ ସାହିତ୍ୟ କାର୍ଯ୍ୟକ୍ରମରେ କଳାହାଣ୍ଡିର ଯୁବକବି ରମାକାନ୍ତ ସିଂହ ସାହାଣୀଙ୍କୁ ‘ଉଦୟ ରାଗ ନବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଅଛି l ଉକ୍ତ ପୁରସ୍କାରଟିକୁ ଅନୁଷ୍ଠାନର ସମ୍ପାଦକ ସରୋଜ ବଳ ଏବଂ ବିଶିଷ୍ଟ କଥାକାର ଡ. ପ୍ରବୀଣା ମହାନ୍ତି ସମ୍ମାନଟି ପ୍ରଦାନ କରିଥିଲେ l ଉଦୟ ରାଗ ସମ୍ମାନ ନିମନ୍ତେ ସର୍ବମୋଟ ୧୮୩ ଜଣ କବି କବିତା ପ୍ରେରଣ କରିଥିବା ବେଳେ ସେଥି ମଧ୍ୟରୁ ୧୫ ଜଣଙ୍କୁ ଚୟନ କରାଯାଇ ଏହି ସମ୍ମାନ ପ୍ରଦାନ କରାଯଇଥିଲା l ସୂଚନା ଥାଉ କି, ଶ୍ରୀ ସାହାଣୀ କବିତା ଲେଖିବା ସହ ଗଳ୍ପ, ପ୍ରବନ୍ଧ ଏବଂ ଆଲୋଚନା ପ୍ରଭୂତି ବିଷୟରେ ଲେଖନୀ ଚାଳନା କରୁଛନ୍ତି l ଏଥିପାଇଁ ସେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦଶରୁ ଉର୍ଦ୍ଧ୍ୱ ସମ୍ମାନରେ ସମ୍ମାନୀତ ହୋଇସାରଛନ୍ତି l ବର୍ତ୍ତମାନ ସେ “ସଙ୍ଗମ” ନାମକ ଏକ ଅନଲାଇନ ପତ୍ରିକାର ସମ୍ପାଦକ ଥିବାବେଳେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ l





