କଳାହାଣ୍ଡି ଲେଖିକା ସଂଘର ନବବର୍ଷ କାବ୍ୟୋତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଲେଖିକା ସଂଘର ନବବର୍ଷ କାବ୍ୟୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ. ସନ୍ତୋଷ ଶତପଥୀ ପ୍ରାଣୀ ଚିକିତ୍ସକ, ସାହିତ୍ୟିକ କବି ତଥା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନର ସମ୍ପାଦକ ଯୋଗଦାନ କରି କବିତା ଲେଖିବା ଶୈଳିକୁ ଖୁବ ସୁନ୍ଦର ଭାବରେ ବ୍ୟାଖ୍ୟା କରି ଲେଖିବା ଧାରାର ଏକ ସୁ ମାର୍ଗ ଦର୍ଶନ କରିଥିଲେ। ସଭାପତିଙ୍କ ଅନୁରୋଧ କ୍ରମେ ଏକ ସ୍ବ ରଚିତ ସୁନ୍ଦର ଭଜନ ପରିବେଷଣ କରିଥିଲେ ତଥା କବିତା ପାଠ କରିଥିଲେ।‌ ସଭାପତି ସୁଦେଷ୍ଣା ପଣ୍ଡା ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ସମ୍ପାଦିକା କଳ୍ପନା ରଥ। ସରସ୍ୱତୀ ବନ୍ଦନା ଗାନ କରି ଥିଲେ କବି ସ୍ନେହଲତା ଷଡଙ୍ଗୀ। ବ୍ରହ୍ମ ନାଦ ଓ ଶାନ୍ତି ପାଠ କରିଥିଲେ କବି ସବିତା ଦାସ। ବନ୍ଦେ ମାତରଂ ଗାନ କରି ଥିଲେ କବି ମୀନା ମୁଣ୍ଡ। କାର୍ଯ୍ୟକ୍ରମ ର ମଧ୍ଯ ଭାଗରେ ଗାଳ୍ପିକା ସୌଦାମିନୀ ଭୋଇଙ୍କ ଗଳ୍ପ ଧୋତି କୁର୍ତ୍ତା ଅତ୍ୟନ୍ତ ହ୍ରୁଦୟ ସ୍ପର୍ଶୀ ଥିଲା। ଗୁଗଲ ମିଟ ଯୋଗାଇ ଥିଲେ କବି ଦୀପ୍ତି ମୁଣ୍ଡ। ଧନ୍ଯବାଦ ଅର୍ପଣ କରି ଥିଲେ କବି ଅର୍ଚ୍ଚନା ମିଶ୍ର। କବି ମିନତି ପ୍ରଧାନ ଙ୍କ ସଂଯୋଜନା ରେ କବି ମଞ୍ଜୁ ରାଣୀ ରଥ, ନିବେଦିତା ମହାନ୍ତି, ନୀରୂପମା ମହାନ୍ତି, ପ୍ରେମ ଶୀଳା ବେହେରା, ସବିତା ଦାସ, ସ୍ନେହଲତା ଷଡଙ୍ଗୀ, ସୌଦାମିନୀ ଭୋଇ, ସୁବ୍ରତା ମହାପାତ୍ର, ବିଳାସିନୀ ମହାପାତ୍ର, ରଶ୍ମି ରାଣୀ ରଥ, ମିନତି ପ୍ରଧାନ, ମୀନା ମୁଣ୍ଡ, ମନୋରମା ପାତ୍ର, କବିତା ମୁଣ୍ଡ, ସସ୍ମିତା ସାହୁ, ଦୀପ୍ତି ମୁଣ୍ଡ, କଳ୍ପନା ରଥ, ଅର୍ଚ୍ଚନା ମିଶ୍ର ପ୍ରମୂଖ ପ୍ରାୟ ୨୫ରୁ ଉର୍ଦ୍ଧ୍ବ କବି ସ୍ବସ୍ବ ରଚିତ କବିତା ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.