ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢ଼ଳଦେବ ମୁଣ୍ଡ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନଶିକ୍ଷକ ସନ୍ତୋଷ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଆଲୋମିନୀ ଚନ୍ଦ୍ର ଶେଖର ମହାପାତ୍ର, କ୍ଳଷ୍ଟର ସଂଯୋଜକ ଶ୍ରବଣ କୁମାର ସରାଫ,କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ସରିଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଚିଆଁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ, କମର୍ଦ୍ଧା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମହାପାତ୍ର, ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟ ପୂର୍ବତନ ସଂସ୍କୃତ ଶିକ୍ଷକ ନିରଞ୍ଜନ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସ୍ଵାଗତ ଅଭିଭାଷଣ ସହିତ ବାର୍ଷିକ ବିବରଣୀ ପଠନ ଥିଲେ। ଏହା ପରେ ଅତିଥି ମାନଙ୍କ ଅଭିଭାଷଣ ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଦିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ହିନ୍ଦି ଶିକ୍ଷୟିତ୍ରୀ କରିସ୍ମା ଦାସ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀ ଛାତ୍ରୀ ଏଲିନା ରଣା, ରୁବିନା ନନ୍ଦ ଓ ନବମ ଶ୍ରେଣୀ ଛାତ୍ରୀ ଅନମୋଲ ପାତ୍ର, ବୈଷ୍ଣବୀ କରୁଆଁ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଶିକ୍ଷକ ସୁରଜ କୁମାର ଦାସ, ରତ୍ନମଣି ସାହୁ ଲକ୍ଷ୍ମୀ କାନ୍ତ ଦାସ, କୋଲେଟି ଦିବାକର, ଚିନ୍ତାଡା ରବି ଶିକ୍ଷୟିତ୍ରୀ ବିନୋଦିନୀ ଶବର ବିଦ୍ୟାଳୟ କର୍ମଚାରୀ ସୁଜିତ କୁମାର ସାହୁ ଅଞ୍ଜଳି ଶବର, ମହାଦେବ ଗଉଡ, ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ଗଜରାଜପୁର ମାଁ ମଙ୍ଗଳା ସଂୟ ସହାୟକ ଗୋଷ୍ଠୀର ମହିଳାମାନେ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସରସ୍ବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.