ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବାଲୁଗାଁ ମହାବିଦ୍ୟାଳୟ‌ ପରିସରରେ  ସଂଯୋଜିକା ଡଃ ମୋନାଲିସା ମାନସିଂହଙ୍କ ସଂଯୋଜନାରେ ଆଠଦିନ ଧରି ଚାଲୁଥିବା ସ୍ନାତକ ସ୍ତରୀୟ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚ଼ନ୍ଦ୍ର ମହାରଣା ଏବଂ ଖୋର୍ଦ୍ଧା କରାଟେ ଆସୋସିଏସନର ସମ୍ପାଦକ ଶ୍ରୀ ଦୀପକ କୁମାର ସାମନ୍ତରା ପ୍ରମୁଖ ଉପସ୍ଥିତ ରହି ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ବ ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିବା ସହ ନାରୀ ସଶକ୍ତିକରଣ ଓ ନାରୀ ଜାଗରଣ ଉପରେ ନିଜର ବକ୍ତବ୍ୟ ରଖିବା ସହ ମାନସିକ ଦୃଢ଼ତା, ପ୍ରତିକ୍ରିୟାଶିଳତା ଓ ଲଢୁଆ ମନୋବୃତ୍ତି ଓ ଆଭିମୁଖ୍ୟ ଦ୍ଵାରା ଯେ କୌଣସି ବିପଦକୁ ମୁକାବିଲା କରିବାକୁ ନାରୀମାନେ ସମର୍ଥ ହୋଇପାରିବେ ବୋଲି ମତପ୍ରକାଶ କରିଛନ୍ତି। ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରେ ଅଧ୍ୟାପିକା ଶ୍ରୀମତୀ ତପସ୍ଵିନୀ ନନ୍ଦ, ସୁଶ୍ରୀ ସ୍ନିଗ୍ଧାରାଣୀ ମୁଦୁଲି,ଶ୍ରୀମତୀ ସ୍ବାତି ସ୍ବାଗତିକା ସାହୁ, ସୁଶ୍ରୀ କୀର୍ତ୍ତିମୟୀ ବାରିକ, ସୁଶ୍ରୀ ପ୍ରିୟମ୍ବଦା ମହାପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପିକାଗଣ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ସହ ମାଷ୍ଟର ଟ୍ରେନର ଭାବେ ଦୀପଶିଖା ସାମନ୍ତରାୟ, ସଲୋନୀ ପାତ୍ର, ନୀଳମ ସାହୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ ସ୍ନାତକର ଏକ ଶହ ଶତ ଚ଼ାଲିଶ ଜଣ ଛାତ୍ରୀ ତିନୋଟି ଗ୍ରୁପରେ ପ୍ରଶିକ୍ଷଣ ନେଇଥିଲେ। ପରିଶେଷରେ ଅଧ୍ୟାପିକା ଶ୍ରୀମତୀ ରୀନା ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଭାଗନେଇଥିବା ସମସ୍ତ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.