ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁରସ୍ଥିତ ଶିବ ମନ୍ଦିର ଠାରେ ରବିବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସି.ପି.ଆଇ.(ଏମ୍)ର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସାଥୀ ଗଙ୍ଗାଧର ପ୍ରହରାଜଙ୍କ ସଭାପତିତ୍ୱରେ ଏହି ବୈଠକରେ ନିମ୍ନ ପ୍ରସ୍ତାବ ଗୁଡ଼ିକ ଉପରେ ଆଲୋଚନା ହୋଇଥୁଲା। ପ୍ରଥମେ ସି.ପି.ଆଇ.(ଏମ୍) ରାଜ୍ୟ କମିଟି ସଭ୍ୟ ତଥା ମାଲକାନଗିରି ଜିଲ୍ଲା ସମ୍ପାଦକ ସାଥୀ ବ୍ରଜ ମାଝୀଙ୍କ ମୃତ୍ୟୁରେ ଶୋକସଭା ଅନୁଷ୍ଠିତ ହୋଇଥିଲା ଏବଂ ଆମେରିକା ଦ୍ବାରା ଇରାନ ଉପରେ ଆକ୍ରମଣ ଏବଂ ପ୍ରାୟ ୧୫୦ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରାଯାଇଥିଲା। ଏହାପରେ ଫେବୃଆରୀ ୧୨ ଦେଶବ୍ୟାପୀ କୃଷକ ଓ ଶ୍ରମିକ ନୀତି ବିରୁଦ୍ଧରେ ଡାକରା ଦେଇଥିବା ଧର୍ମଘଟକୁ କଳାହାଣ୍ଡି ଜିଲ୍ଲା ଜନସାଧାରଣ ସମର୍ଥନ କରିଥୁବାରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଜିଲ୍ଲା ସମ୍ପାଦକ ସାଥୀ ସତ୍ୟଜିତ ଚାଟାର୍ଜୀଙ୍କ ନେତୃତ୍ବରେ ଆସନ୍ତା ଏପ୍ରିଲ ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ପିଇବା ପାଣି, ଦରଦାମ ବୃଦ୍ଧି, ନିଯୁକ୍ତି ଆଦି ସ୍ଥାନୀୟ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ପ୍ରଚାର କରି ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଜିର ବୈଠକରେ ସିପିଆଇ(ଏମ୍) ରାଜ୍ୟ କମିଟି ସଦସ୍ୟ ସାଥୀ ବିଶ୍ୱଜିତ ଚାଟାର୍ଜୀ, ବିନତା ରାଉତ, ଶତୃଘନ ରଣା, ଶିବ ରଣା, ଦେବାଧି ମାଝୀ, ନକୁଳ ମାଝୀ, ଦେବଜିତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।




