ସୋସିଆଲ ଆକ୍ଟିଭିଷ୍ଟି ଅଫ କଳାହାଣ୍ଡି ପକ୍ଷରୁ ଲାଞ୍ଜିଗଡରେ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୮/୮ : ସୋସିଆଲ ଆକ୍ଟିଭିଷ୍ଟି ଅଫ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ରକ୍ତଦାନ ଜୀବନ ଦାନ’ ଶିର୍ଷକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସୋସିଆଲ ଆକ୍ଟିଭିଷ୍ଟିର ପ୍ରତିଷ୍ଠାତା ତଥା ସଭାପତି ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଡା.ନରେନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି,

ଜିଲ୍ଲା ସୋସିଆଲ ଆକ୍ଟିଭିଷ୍ଟି ସମ୍ପାଦକ ମିଲନ କୁମାର ଭୋଇ, ସିଆରସି ରାଧା ଗୋବିନ୍ଦ ରଥ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜମ୍ବେଶ୍ୱର ମାଝୀ, ଲାଞ୍ଜିଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଡ଼. ସିପୁନ କୁମାର ନାୟକ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ର ଧ୍ୱଜ ପେସନିଆ, ଲାଞ୍ଜିଗଡ଼ ସମିତି ସଭ୍ୟ ପ୍ରଦୀପ ମାଝୀ, ଲାଞ୍ଜିଗଡ଼ ପ୍ରେସକ୍ଲବ ସଭାପତି କୈଳାଶ ସାହୁ, ନିରଞ୍ଜନ ଆଚାର୍ଯ୍ୟ, ସମ୍ବାଦ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ପଦ୍ମ ହୋତା, ପ୍ରଦୀପ ବହିଦାର ଡିଜିଟାଲ ମିଡ଼ିଆର ସାମ୍ବାଦିକ ଗଣେଶ୍ୱର ରାଓ ଓ ଭୁପେନ୍ଦ୍ର ଦଣ୍ଡସେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇବା ବେଳେ ଏହି କାର୍ଯ୍ୟକ୍ରମକୁ ମାନମେନ୍ଦ୍ର ଜେନା(ବାବୁ)ପରିଚାଳନା କରିଥିଲେ।

ଏଥିରେ ଅତିଥିମାନେ ରକ୍ତ ଦାନର ମହତ ଓ ସଚେତନତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଯୁବଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣ ଏକ ବିଶାଳ ରକ୍ତଦାନ ସଚେତନତା ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ଼ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମର ମହତ ଉଦେଶ୍ୟ ଥିଲା ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନର ମହତ ସମ୍ପର୍କରେ ସଚେତନତା କରାଇବା ସହିତ ଏଥି ସମ୍ପର୍କିତ ସମସ୍ତ ଭ୍ରାନ୍ତ ଧାରଣାର ଦୁରୀକରଣ କରିବା କାରଣ ଏହି ଛାତ୍ରଛାତ୍ରୀ ମାନେ ପ୍ରଥମେ ନିଜେ ସଚେତନତା ହେଲେ ସେମାନେ ନିଜର ପରିବାର, ବନ୍ଧୁବର୍ଗ ଇତ୍ୟାଦିଙ୍କୁ ରକ୍ତ ଦାନର ମହତ ଉଦେଶ୍ୟ ଆବଶ୍ୟକତା ସମ୍ପର୍କରେ ସଚେତନ କରାଇ ପାରିବେ।

କାରଣ ଏହି ଛାତ୍ରଛାତ୍ରୀ ମାନଙ୍କ ହାତରେ ହିଁ ରହିଛି ଦେଶ ଓ ସମାଜର ଭବିଷ୍ୟତ। ଏତବ୍ୟତିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସୋସିଆଲ ଆକ୍ଟିଭିଷ୍ଟର ମେମ୍ବର ସ୍ଥାନୀୟ ଲାଞ୍ଜିଗଡ଼ର ଯୁବ ଗୋଷ୍ଟି ମିଲନ କୁମାର ନାୟକ, ଶରତ ଦଣ୍ଡସେନା, ଦୀପକ ପାତ୍ର, ସଦାନନ୍ଦ ଦଣ୍ଡସେନା, ରାଜେଶ ନାଏକ,ଉମାକାନ୍ତ ରଣା ପ୍ରମୁଖ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଲାଞ୍ଜିଗଡ଼ ପୋଲିସର ସମ୍ପୂର୍ଣ୍ଣ ସହଯୋଗ ଥିଲା।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.