ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ମା’ ତାରିଣୀ ମନ୍ଦିର ପରିସରରେ ମା’ ତାରିଣୀଙ୍କ ତ୍ରୀଦିବସୀୟ ମେଳା ଉଦଯାପିତ ହୋଇଯାଇଛି | ଏହି ଅବସରରେ ମାଆ ତାରିଣୀଙ୍କ ମହାସ୍ନାନ, ସହସ୍ର କୁମ୍ଭାଭିଷେକ ଓ ସୁନା ବେଶ ଅନୁଷ୍ଠିତ ହୋଇଥିଲା | ରମେଶ ପୁଟେଲ, ସରୋଜିନୀ ପୁଟେଲ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ | ମୁଖ୍ୟ ପୂଜକ ପଣ୍ଡିତ ଜନ୍ମେଜୟ ଖମାରୀଙ୍କୁ ପୂଜାକାର୍ଯ୍ୟରେ ଅଦ୍ୱୈତ ଖମାରୀ, ହରେକୃଷ୍ଣ ମହାନ୍ତି, ବଳରାମ ଥନାପତି, ଇନ୍ଦ୍ରଜିତ ଥନାପତି ସହାୟତା କରିଥିଲେ | ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା | ଏଥିରେ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ | ଟିକ୍ରାପଡ଼ା ଘଣ୍ଟବାଦ୍ୟ ଦଳର ଚମତ୍କାର ଘଣ୍ଟବାଦ୍ୟ ପରିବେଷଣ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ରହିଥିଲା | ରାତ୍ରରେ ନୃତ୍ୟ ପ୍ରତିଯୋଗିତା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସେହିପରି ଝିଙ୍କିଡୁଙ୍ଗୁରି ପଞ୍ଚାୟତ ପଟାମରା ଗାଁରେ ଅନୁଷ୍ଠିତ ତାରିଣୀ ମେଳାରେ ମନୋଜ ବଗର୍ତ୍ତୀ, ତୁଳସୀ ସାହୁ ପୂଜାର୍ଚ୍ଚନା କରିଥିଲେ | ଏହି ଉପଲକ୍ଷେ ଅନୁଷ୍ଠିତ ୧୬ ପ୍ରହର ନାମଯଜ୍ଞରେ ସୁଶୀଳ ମହାକୁର, ପଦ୍ମା ମହାକୁର କର୍ତ୍ତା ତଥା ରାଜେନ୍ଦ୍ର ତ୍ରିପାଠୀ, ମଦନ ତ୍ରିପାଠୀ ପୂଜକ ଦାୟିତ୍ୱ ତୁଲାଇଥିଲେ | ଉଭୟ ସ୍ଥାନରେ ମନ୍ଦିର ପରିଚାଳନା ସମିତି ସଦସ୍ୟଙ୍କ ସମେତ ଗ୍ରାମବାସୀ ମେଳା ପରିଚାଳନାରେ ସହଯୋଗ କରିଥିଲେ |





