ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେସରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଟିକାବାଲି ଥାନା ଶଙ୍କରାଖୋଲା ଗ୍ରାମର ଗୋକୁଳାନନ୍ଦ ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ,(୪୩) ପୂର୍ବରୁ ତିନୋଟି ଚୋରି ମାମଲାରେ କେଶ ନଂ.୧୫୮/୧୮ ଜି. ଉଦୟଗିରି ଥାନା, ୪୯୬/୧୮ ବାଲିଗୁଡା ଥାନା, ୨୦୪/୨୦ ହିଞ୍ଜିଳିକାଟୁ ଥାନାରେ ଅଭିଯୁକ୍ତ ହୋଇ ପୋଲିସ ହାତରୁ ଖସି ଫେରାର ଥିଲେ। ଗୁରୁବାର ଟିକାବାଲି ପୋଲିସ ଥାନା ଅଧିକାରୀ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଏଏସଆଇ ଅବନୀ ପ୍ରଧାନ ଓ ପଞ୍ଚାନନ ମଲିକ ସହଯୋଗରେ ସଦଳବଳ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି।





