କଥା ଦେଇ କଥା ରଖିଲେ ଟିଟିଲାଗଡ଼ ବିଧାୟକ, ଧନ୍ୟବାଦ ଜଣାଇଲେ ନିମୁର୍ଲା ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ଼/ ମୁରିବାହାଲ (ଅମରେଶ ମାଝୀ):  ବଲାଙ୍ଗିର ଓ କଲାହାଣ୍ଡି ଜିଲାର ସୀମାନ୍ତରେ ଥିବା ଟିଟିଲାଗଡ଼ ବ୍ଲକ ତଥା ସିନ୍ଧେକେଲା ଥାନା ଅଧିନସ୍ଥ ନିମୁର୍ଲା ଗ୍ରାମର ଲୋକେ ବର୍ଷ ବର୍ଷ ଧରି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ। ଖଡ଼ିଆଳ-ଭବାନୀପାଟଣା ୧୬ ନଂ ରାଜ୍ୟ ରାଜପଥରୁ ନିମୁର୍ଲା ଗ୍ରାମକୁ ସଂଯୋଗ କରୁଥିବା ଦେଢ଼ କିଲୋମିଟର ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିଲା। ବର୍ଷା ଦିନରେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗତ ନିର୍ବାଚନ ସମୟରେ ଗାଁକୁ ପ୍ରଚାର କରିବାକୁ ଆସିଥିବା ବେଳେ ବର୍ତ୍ତମାନର ଟିଟିଲାଗଡ଼ ବିଧାୟକ ନବୀନ ଜୈନ ୨ ବର୍ଷ ମଧ୍ୟରେ ଦୁର୍ଦ୍ଦିନ ଅବସ୍ଥାରେ ପଡିରହିଥିବା ମୁଖ୍ୟ ରାସ୍ତାକୁ ପିଚୁ ରାସ୍ତାରେ ପରିଣତ କରିବେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୂର୍ବରୁ ଅନେକ ସମୟରେ ନେତା, ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଲୋକଙ୍କ କଥା କେହି ଶୁଣିନଥିଲେ।ବର୍ତ୍ତମାନ ଏହି ରାସ୍ତା ପିଚୁ ହେବା ପାଇଁ କାମ ଆରମ୍ଭ ହୋଇଛି। ରାସ୍ତା ପିଚୁ ହେବା ଜାଣିବା ପରେ ଗ୍ରାମବାସୀ ଉତ୍ସାହିତ ହେବା ସହିତ କଥା ଦେଇ କଥା ରଖିଥିବା ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। ଗ୍ରାମର ଜିତୁ ବେହେରା, ପୂର୍ବତନ ଦିଗଶିରା ସରପଂଚ ଗୋଲୋକ ବିହାରୀ ସିଂ ଭୋଇ, ବିମ୍ବୋମାଲି ଚନ୍ଦନ, ରାଧାକାନ୍ତ ବେହେରା, ଚୂଡ଼ାମଣି ବେହେରା, ଅଶ୍ୱିନ ଭାଟି, ଦୁଆନ ବେହେରା, ସଞ୍ଜୀବ ଭୋଇ, ମୁରଲୀ ଭୋଇ, ମଦନ ବେହେରା, ପ୍ରଶାନ୍ତ ବେହେରା,ଚିତ୍ରୁ ବନଛୋର, ବନ୍ଧୁବାନ୍ଧବ ବେହେରା, କୋଶଲେଶ ଭାଟି, ଘାସିରାମ ବନଛୋର ତଥା ସମସ୍ତ ଗ୍ରାମବାସୀ ସୀମାନ୍ତର ଗମନାଗମନ ସମସ୍ୟାକୁ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଇଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ସାଧୁବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.