ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜୟପାଟଣା ବ୍ଲକ ଶାଖା ସଭାପତି ପ୍ରମୋଦ କୁମାର ଠାକୁରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ ଯୋଗଦାନ କରି ଦେଶର ପ୍ରଗତି ପାଇଁ ଶିକ୍ଷକ ମାନଙ୍କ ର ଅବଦାନ ପ୍ରଶଂସାନୀୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ସି ଆର୍ ସି ସି ବେଦବର ନିଆଲ ସଙ୍ଘ ର ସମ୍ପାଦକ ଲଲିତ କୁମାର ନାଏକ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ ଯୋଗଦାନ କରିଥିଲେ।ଗତ ମାର୍ଚ୍ଚ ୩୧ ତାରିଖ ରେ ଅବସର ନେଇଥିବା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ,ସାନ ଟେମରୀ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶିଲ କୁମାର ପଣ୍ଡା,ଗୁମାପଡା ପ୍ରାଥମିକ ବିଦ୍ୟାଳୟ ସହ ଶିକ୍ଷକ ଟୁନୁ ପ୍ରସାଦ ଦାସ ଛତା ବାନ୍ଧୁ ଗୁଡା ପ୍ରାଥମିକ ବିଦ୍ୟାଳୟ ର ସହ ଶିକ୍ଷକ ଲାଲ ମୋହନ ଶବର ଙ୍କୁ ମାନପତ୍ର ସହିତ ଉତ୍ତରୀୟ ଓ ସ୍ମୁତି ଚିହ୍ନ ପ୍ରଦାନ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ ର ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ ଙ୍କୁ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ରେଙ୍ଗାଲପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେଦବର ନିଆଲ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆପ୍ରାଣ ଉଦ୍ୟମ ରେ ଖୁବ ସୁନ୍ଦର ଭାବରେ ପରିଚାଳନା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଜୟପାଟଣା ପ୍ରାଥମିକ ଶିକ୍ଷକ ସଂଘ ର ଉପଦେଷ୍ଟା ସରୋଜ ମିଶ୍ର ପ୍ରଫୁଲ୍ଲ ବେହେରା, ସଙ୍ଗଠନ କର୍ମକର୍ତ୍ତା ରମାକାନ୍ତ ମାଝୀ ଗୋଲକ ବିହାରୀ ସିଂ, ଉପେନ୍ଦ୍ର ଯୋଶୀ ପ୍ରମୁଖ ସହଯୋଗ କରିଥିଲେ। ବଡ଼ କର୍ଲାକୋଟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସିଦ୍ଧାର୍ଥ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଗଠନ ଯୁଗ୍ମ ସମ୍ପାଦକ ନବକିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।





