ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଜାତୀୟ ପଞ୍ଚାୟତିରାଜ ଦିଵସ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ଯକ୍ଷତାରେ ପାଳିତ ହୋଇଯାଇଛି। ପଞ୍ଚାୟତ ସମିତି ପରିସରରେ ରହିଥିବା ପୋଡିଅମରେ ବଡ ଏଲଇଡି ଲଗାଯାଇ ଆଭାସୀ ମାଧ୍ୟମରେ ବଲାଙ୍ଗୀର ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ଯମନ୍ତ୍ରୀ ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ବଟନ ଦବାଇ ଅନ୍ତୋଦୟ ଯୋଜନାରେ ଗୃହ ପାଇଥିବା ହିତାଧିକାରୀ ମାନଙ୍କୁ ଟଙ୍କା ପୈଠ କରିବା ସହ ଚେକ ପ୍ରଦାନ କରିଥିଲେ। ଏହାର ସିଧା ପ୍ରସାରଣ ଏଲଇଡି ଲଗାଯାଇ ଆଭାସୀ ମାଧ୍ୟମରେ ନର୍ଲା ଅଞ୍ଚଳବାସୀ ଦେଖିଥିଲେ।
ବଲାଙ୍ଗୀରରେ ଅନୁଷ୍ଠିତ ଜାତୀୟ ପଞ୍ଚାୟତିରାଜ କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀଙ୍କ ସମେତ ଉପମୁଖ୍ଯମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ଡବଲ ଇଞ୍ଜିନ ସରକାରଙ୍କ ଏହି ୧୪ ମାସର ସଫଳତା ଗୁଡ଼ିକ ବିଷୟରେ ବକ୍ତବ୍ୟ ମାଧ୍ଯମରେ ଲୋକଙ୍କୁ ଅବଗତ କରିଥିଲେ। ସନ୍ଧ୍ୟା ୬ ଟା ରୁ ରାତି ୧୦ ଯାଏଁ ଚାଲିଥିଲା କାର୍ଯ୍ଯକ୍ରମ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାତିରେ କାର୍ଯ୍ଯକ୍ରମ ରଖା ଯାଇଥିଲା। ନର୍ଲା ବ୍ଲକ ପରିସରରେ ବିଡିଓ ଶ୍ରୀ ଦୀପଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକାଙ୍କ ପ୍ରତିନିଧି ଗୋବିନ୍ଦ ତାଣ୍ଡି ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ଅନ୍ତୋଦୟ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ଚେକ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବାଗପୁର ସରପଞ୍ଚ ଗୋପାଳ ହାତୀ, ସର୍ଗିଗୁଡ଼ା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ମାଣ୍ଡେଲର ଭାରପ୍ରାପ୍ତ ସରପଞ୍ଚ ସୁଧଙ୍ଗନା ନାଏକ, ସର୍ଗୀଗୁଡ଼ା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୁଖ ବିଭିନ୍ନ ଗ୍ରାମ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଚେକ ପ୍ରଦାନ କରିଥିଲେ। ଏଥିରେ ନର୍ଲା ବ୍ଲକ ଅଧିନସ୍ଥ ୨୬୦ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ର ଟଙ୍କା ଚେକ ଆକାରରେ ପ୍ରଦାନ କରଯାଇଥିଲା। ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ସର୍ଗିଗୁଡା, ଉଲିକୁପା, ଘଣ୍ଟମାଳ ଓ କୁରମେଲ କୁ ଗ୍ରାମ ପଞ୍ଚାୟତ କୁ ମଞ୍ଚରେ ଅତିଥି ବୃନ୍ଦ ଟ୍ରଫି ପ୍ରଦାନ କରିଥିଲେ। ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ , କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓ ପଞ୍ଚାୟତ କର୍ମଚାରୀ ମାନେ ପୁରସ୍କାର ଟ୍ରଫି ଗ୍ରହଣ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ର ଘଣ୍ଟମାଳ ଗ୍ରାମ ପଞ୍ଚାୟତ ମନରେଗା ଯୋଜନାର ଶତପ୍ରତିଶତ ରୁପାୟନ ପାଇଁ ଜିଲ୍ଲା ସ୍ତରରେ ଜାତୀୟ ପଞ୍ଚାୟତିରାଜ ଦିବସ ରେ ପୁରସ୍କୃତ ହୋଇଛି। ସରପଞ୍ଚ ଦେବେନ୍ଦ୍ର ସା ଏହି ପୁରଷ୍କାର ଗ୍ରହଣ କରିଥିବା ଜଣା ପଡିଛି। ନର୍ଲା ବ୍ଲକ ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ

ଅଧିକାରୀ ଦେବେନ୍ଦ୍ର ସାମଲ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଯଦୁମଣି ନାଏକ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ସିପି ଭୋଳାନାଥ ଦାସ, ପିଇଓ ରବି ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁ, ରୋହିତ ସାହୁ, ଯୁବନେତା ଘାସିରାମ ସାହୁ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ଯାଜ୍ଞସେନ ପଧାନ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।





