‘ଇନ୍-ଫ୍ରା ବାସ୍ତୁ’ ସଂସ୍ଥା ତରଫରୁ ବାଲେଶ୍ଵରରେ ଆୟୋଜିତ ହେଲା ଆଧୁନିକ ବାସ୍ତୁ ପାଠଶାଳା 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଇନ୍-ଫ୍ରା ବlସ୍ତୁ’ ସଂସ୍ଥା ତରଫରୁ ସ୍ଥାନୀୟ ନୂଆସାହି ସ୍ଥିତ ଓଲା ସୋ ରୁମ୍ ପରିସରରେ ବେଶ୍ ଉତ୍ସାହ ଓ ଆଗ୍ରହର ସହ ଆଧୁନିକ ବlସ୍ତୁ (ନାନୋ ବlସ୍ତୁ) ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ବାସ୍ତୁ ପ୍ରେମୀ ବ୍ୟକ୍ତିଙ୍କ ଉପସ୍ଥିତିରେ ମାଗଣା ଡେମୋ କ୍ଲାସ ଆୟୋଜନ କରାଯାଇଥିଲା। ଇଂଜିନିୟର ପ୍ରଦୀପ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ବାସ୍ତୁକ୍ଲାସରେ ବୈଦିକ ବlସ୍ତୁଶାସ୍ତ୍ର, ଆଧୁନିକ ବlସ୍ତୁ, ନାନୋ ବlସ୍ତୁ ଓ ଏହାର ସାମାଜିକ ଉପାଦେୟତା ବାବଦରେ ଗୁଢ଼ ରହସ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ବୈଦିକ ବlସ୍ତୁରେ ଆଜିର ଅତ୍ୟାଧୁନିକ ମେସିନ୍, ଯନ୍ତ୍ରପାତି ଓ କାରିଗରୀ ସରଞ୍ଜାମକୁ ମିଶାଇ ବୈଜ୍ଞାନିକ ଆଧାରରେ ୧୬ ଦିଗ ମଣ୍ଡଳ ସାହାଯ୍ୟ ନେଇ ଘର, କାରଖାନା ଆଦି କ୍ଷେତ୍ରରେ ବିନା ଭଙ୍ଗାରୁଜାରେ ବିଜ୍ଞାନ ଗୁଣରେ ଯନ୍ତ୍ର ସ୍ଥାପନା ଦ୍ଵାରା ଯାବତୀୟ ସମସ୍ୟା ସମାଧାନ ସମ୍ଭବ ହେଇ ପାରୁଛି।ସୂଚନାଯୋଗ୍ୟ ଯେ, ଇଂଜିନିୟର ପଟ୍ଟନାୟକଙ୍କ ଦ୍ୱାରା ଆଉ ନଅଟି ବିଭlଗ ସହ ପ୍ରସ୍ତୁତ ନାନୋ ବlସ୍ତୁ ସୂତ୍ରରୁ ସ୍ୱାସ୍ଥ୍ୟ, ଶିକ୍ଷା, ସମ୍ପଦ, ସମ୍ପର୍କ, କର୍ମ ଓ ବ୍ୟବସାୟରେ ଉପୁଜୁଥିବା ସମସ୍ୟାର ସମାଧାନ ଚାହୁଁଥିବା ଦିଗରେ ମଧ୍ୟ ପଥ ସୁଗମ ହେଲାଣି ବୋଲି ସେ କହିଥିଲେ। ଏଇ ଅବସରରେ ଅନେକ ଶଙ୍କl ଆଶଙ୍କା ଓ ଜିଜ୍ଞାସା କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ଇଞ୍ଜିନିୟର ପଟ୍ଟନାୟକ ଉପସ୍ଥିତ ଶ୍ରୋତାଙ୍କ ପ୍ରଶ୍ନର ସଠିକ ଜବାବ ଦେଇଥିଲେ I ଏଇ ବlସ୍ତୁ ଶିକ୍ଷା ଦ୍ୱାରା ପରିବାର, ଦଶ ଓ ଦେଶର ପ୍ରଗତି ଦିଗରେ ଆଗେଇ ନେବା ପାଇଁ ସେ ବାଲେଶ୍ଵର ବାସୀଙ୍କୁ ଅନୁରୋଧ କରିଛନ୍ତି l ପ୍ରକାଶ ଥାଉ କି ପ୍ରତି ଦ୍ଵିତୀୟ ଓ ଚତୁର୍ଥ ଶନିବାର ରବିବାର ଏଇ ଇନ-ଫ୍ରା ବlସ୍ତୁ ବାଲେଶ୍ଵର ଶାଖାରେ ପରାମର୍ଶ, ପ୍ରତିକାର ଓ ‘ପାଠଶାଳା’ ଦ୍ଵାରା ଲୋକଙ୍କୁ ସେବା ଦିଆଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.