ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ଅସୁରଗଡ଼ ଗାଁରେ ଚାଲିଛି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ବୈଦିକ ବିଧିରେ ପ୍ରତିଷ୍ଠା କାର୍ଯ୍ୟ ସଂପାଦିତ ହୋଇ ମନ୍ଦିର ମଧ୍ୟରେ ବିରାଜମାନ ହୋଇ ସାରିଛନ୍ତି ଶ୍ରୀରାମ, ଲକ୍ଷ୍ମଣ, ସୀତା ଦେବୀ, ହନୁମାନ ଙ୍କ ସମେତ ପାର୍ଶ୍ୱ ଦେବାଦେବୀ। ଏବେ ଚାଲିଛି ୧୬ ପ୍ରହର ନାମଯଜ୍ଞ। ଏଥିପାଇଁ ଶୁକ୍ରବାର ଅପରାହ୍ନ ୪ ଟା ବେଳେ ପୁଣି ଥରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଶ୍ରୀରାମ ମନ୍ଦିର ପାର୍ଶ୍ୱସ୍ଥ ନାମଯଜ୍ଞ ବେଦୀରେ ସ୍ଥାପନା ପରେ ସନ୍ଧ୍ୟାରେ ଅଧିବାସ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶନିବାର ସକାଳ ୭.୩୦ ସମୟରେ ମହାମନ୍ତ୍ର ନାମ ଆରମ୍ଭ ହୋଇଥିଲା। ପରିଚାଳନା ସମିତିର ସଭାପତି ଘନଶ୍ୟାମ ପଧାନ ଓ ସମ୍ପାଦକ ତୁଷାରକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏଥିରେ କର୍ତ୍ତା ଭାବରେ କମଳା ରଣା ଓ ଡମ୍ବରୁ ରଣା ଦାୟୀତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ଅର୍ଜ୍ଜୁନ ମିଶ୍ର, ସହଯୋଗୀ ଭାବରେ କଳ୍ପତରୁ ପାଢୀ ଓ ଜପକ ଭାବରେ ମାଝୀଗୌରୀ ପଣ୍ଡା ପୂଜା ପରିଚାଳନା କରୁଛନ୍ତି। ନାମଯଜ୍ଞରେ ଅଂଶ ଗ୍ରହଣ କରିଛନ୍ତି ଆୟୋଜକ ଅସୁରଗଡ଼ ସମେତ ସ୍ଥାନୀୟ ବଫଲା, ରାକସୀ, ତଲମଲା ର ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବୋରିଂପଦରର ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବରଗଡର ତାମିମୁଣ୍ଡା ଓ ଖରମୁଣ୍ଡାର ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବଲାଙ୍ଗୀର ଧୁବଲପଡ଼ା ବହୁ ପ୍ରସିଦ୍ଧ ଡୋଳାମଣି ମହାରଣା ଓ ଓମକାର ବିଶ୍ୱାଳଙ୍କ ସଙ୍କୀର୍ତ୍ତନ ମଣ୍ତଳୀ। ଏଭଳି ମୋଟ ୯ ଗୋଟି ସସଙ୍କୀର୍ତ୍ତନ ମଣ୍ଡଳୀ ନାମଯଜ୍ଞ ରେ ଅଂଶ ଗ୍ରହଣ କରିଛନ୍ତି। ନାମଯଜ୍ଞ ରେ ମଧ୍ୟାହ୍ନ ଓ ରାତିରେ ଦୁଇ ସମୟରେ ଅନ୍ନଯଜ୍ଞ ମଧ୍ଯ ଚାଲିଛି। ମୀନାବଜାର ମହିଳା ଓ ପିଲାଙ୍କ ପାଇଁ ଆକର୍ଷଣ ସାଜିଥିବା ବେଳେ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଛି। ଗୋବିନ୍ଦ ଗଉଡ, ନିର୍ମଳ ଗଉଡ, ନରୋତ୍ତମ ଗଉଡ, ଅମର୍ତ୍ତ୍ୟ ଗଉଡ ଜଗଦିଶ ଗଉଡ, ବାରିକ ଗଉଡ, ନାବିକ ଗଉଡ, ତ୍ରୀଲୋଚନ ପଧାନଙ୍କ ସମେତ ଗ୍ରାମବାସୀ ଓ ଗ୍ରାମର ଯୁବ ଗୋଷ୍ଠୀ ଯଜ୍ଞ ପରିଚାଳନାରେ ସହଯୋଗ କରୁଛନ୍ତି। ସୋମବାର ସକାଳ ୭.୩୦ ରେ ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିବା ସାଙ୍ଗକୁ ନଗର କୀର୍ତ୍ତନ ଓ ଦଧି ହାଣ୍ଡି ଭଗ୍ନ କାର୍ଯ୍ଯକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡିଛି।





