ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା (ହଜାରୀପଡା) କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ଛତ୍ରର ଶୁଭାରମ୍ଭ କରାଯାଇଛି। ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ତାତିରୁ ଲୋକମାନେ କିପରି ଭାବରେ ଅଂଶୁଘାତ ରକ୍ଷା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି କୁଶୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଗାଁ ଛକ କଦମ ଗଛ ତଳେ ଏହି ଛୋଟିଆ ପ୍ରୟାସ ଟି ଆରମ୍ଭ କରିଛନ୍ତି। ଏହା ଆସନ୍ତା ଜୁନ ମାସ ଶେଷ ପର୍ଯ୍ୟନ୍ତ ପିଇବା ପାଣିର ସୁବିଧା ଯୋଗାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ନିଷ୍ପତି ନିଆଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ୱାର୍ଡ ସଭ୍ୟ ଡମ୍ୱରୁଧର ସାହୁ, ସମାଜସେବୀ ସୁରେନ୍ଦ୍ର ସାହୁ, ସମାଜସେବୀ ତ୍ରିଲୋଚନ ସାହୁ, ଗଜମୋହନ ସାହୁ ଉପସ୍ଥିତ ଥିବାବେଳେ କଳାରୁଦ୍ର ଯୁବକ ସଂଘର ସଭାପତି ହେମନ୍ତ ସାହୁ, ଉପସଭାପତି କବିରାଜ ସାହୁ, କୋଷାଧକ୍ଷ ହରପ୍ରସାଦ ସାହୁ, ଚୁମନେଶ୍ଵର ସାହୁ, ନିବେଦିତା ପ୍ରିୟଦର୍ଶିନୀ ସାହୁ, ଉମାକାନ୍ତି ସାହୁ, ରେଖାଞ୍ଜଳି ସାହୁ, ଠାକୁର ସାହୁ, ଭୈରବ ସାହୁ, ଧର୍ମରାଜ ସାହୁ, ସଞ୍ଜୟ ସାହୁ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





