କଳାହାଣ୍ଡିର ସୁନା ଝିଅ ଦିବ୍ୟା ଦୀପାନ୍ବିତାଙ୍କ ରାଜ୍ୟସ୍ତରୀୟ କୃତୀତ୍ୱ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ଝିଅ ଦିବ୍ୟା ଦୀପାନ୍ୱିତା ଚଳିତ ବର୍ଷ ନବମ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷାରେ ସାରା ଓଡ଼ିଶାରେ ଅଷ୍ଟମ ସ୍ଥାନ ଓ ପ୍ରାଦେଶିକ ଗଣିତ ମେଧା ବୃତ୍ତି ଗଣିତ ପ୍ରତିଭା ଭାରତୀକୃଷ୍ଣ ପରୀକ୍ଷାରେ ଦଶମ ସ୍ଥାନ ଅକ୍ତିଆର କରି ମ.ରାମପୁର ପାଇଁ ଗର୍ବ ଆଣିଦେଇଛନ୍ତି । ଏହି ସଫଳତା ପାଇଁ ସେ ବିଦ୍ୟାମନ୍ଦିରର ପ୍ରଧାନ ଗୁରୁଜୀ ତଥା ପ୍ରବୀଣ ଗୁରୁଜୀ, ଗୁରୁମାଙ୍କୁ ନିଜର ଶ୍ରେୟ ଦେଇଛନ୍ତି । ସୁଶ୍ରୀ ଦିବ୍ୟା ଦୀପାନ୍ୱିତା ସଂପ୍ରତି ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ସେ ମ.ରାମପୁରର ସୁଶାନ୍ତ ମିଶ୍ର ଓ ସଂଗୀତା ମିଶ୍ରଙ୍କ ଏକମାତ୍ର କନ୍ୟା ଅଟନ୍ତି । ତାଙ୍କରି ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.