ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ତୁଳାଗାଁ ରେ ଆଜି ଦିନ ୧୨ ବେଳେ ଡକାୟତି ହୋଇଛି। ଘରେ କେହି ଉପସ୍ଥିତ ନଥିବା ସୁଯୋଗ ନେଇ ଦିନ ଦ୍ବିପହର ସମୟରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ଦିନ ୧୨ ଟା ସମୟରେ ସର୍ଗିଗୁଡ଼ା ଗ୍ରାମପଞ୍ଚାୟତ ତୁଳାଗାଁର କୈଳାଶ ବୁଦ୍ଧିଆ ଓ ତାଙ୍କ ପତ୍ନୀ ନିଜ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବାହାରକୁ ଯାଇଥିଲେ। ଘରେ କେବଳ ତାଙ୍କ ୧୦ ବର୍ଷର ଝିଅ ଥିଲେ। ଝିଅକୁ ଜୀବନରେ ମାରିଦେବା ଧମକ ଦେବାରୁ ଝିଅ ଡରି ଯାଇଥିଲେ। ଏହାର ସୁଯୋଗ ନେଇ ୩ ଜଣିଆ ଡକାୟତ ଦଳ ନିଜ ହାତରେ ମରଣାସ୍ତ୍ର ଧରି ଘରେ ପଶି ଘର ଅଲମିରା ଭାଙ୍ଗି ୪ ଲକ୍ଷ ନଗଦ ଟଙ୍କା ସହ ୪ ତୁଳା ସୁନା ଗହଣା ନେଇ ଫେରାର ହୋଇଥିବା ଜଣାପଡିଛି। ଖବର ପାଇ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି। ହେଲେ ସ୍ଥାନୀୟ କେଇଜଣ ବ୍ୟକ୍ତି ଏହି ଡକାୟତିର ସୂତ୍ରଧର ରହିଥିବା ଅନୁମାନ କରାଯାଉଛି। ହେଲେ ତଦନ୍ତ ପରେ ସମସ୍ତ ତଥ୍ୟର ପର୍ଦ୍ଦା ଫାସ ହେବ ବୋଲି ପୋଲିସ କହିଛି।





