ରାକ୍ସି ଗୌନ୍ତିଆ ରାଜେନ୍ଦ୍ର ପ୍ରସାଦ ଭୋଇଙ୍କ ପରଲୋକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ରାକ୍ସି ଗାଁର ଗୌନ୍ତିଆ ରାଜେନ୍ଦ୍ର ପ୍ରସାଦ ଭୋଇଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଉଥିଲା। ଶନିବାର ରାତି ୮ଟା ସମୟରେ ସେ ତାଙ୍କ ରାକ୍ସି ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ରବିବାର ସକାଳୁ ନିଜସ୍ଵ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଚାରିପୁଅ ଜନକ, କମଳାକାନ୍ତ, ଲମ୍ବୋଦର ଓ କୁଶ ମୁଖାଗ୍ନୀ ଦେଇଥିଲେ। ଅନ୍ତିମ ଶଜ୍ୟା ନିକଟରେ ୪ ପୁଅଙ୍କ ସମେତ ୪ ବୋହୁ; ଜାନକୀ, ଲତା, ଲତା ଓ ଅର୍ଣ୍ଣପୂର୍ଣ୍ଣା, ଝିଅ ଜ୍ବାଇଁ, ନାତି ନାତୁଣୀ, ନାତୁଣୀ ଜ୍ବାଇଁ ଓ ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ। ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଯାଦବ ସମାଜର ଆଞ୍ଚଳିକ ସଭାପତି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ମାର୍କଣ୍ଡ ଜାଲ ଓ ଦୁଲ୍ଲଭ ମାହାର, ପୂର୍ବତନ ବ୍ଲକ ସଭାପତି ଟଙ୍କଧର ଭୋଇ ଓ ହୃଷିକେଶ ଭୋଇ, ରାକ୍ସି ସରପଞ୍ଚ ଜେମନ୍ତ ପୋଢ, ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶବାଧାରରେ ଯାଦବ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ତ୍ରିଲୋଚନ ଭୋଇ, ପ୍ରଦ୍ୟୁମ୍ନ ଭୋଇ, ଶଙ୍କର ବିଶ୍ବାଳ, ଟିକେରାମ ଗଉଡ, ଲିଙ୍ଗରାଜ ପୋଢ, ମଧୁ ଜାଲ, ନିର୍ମଲ ଭାଟି, ଜୟଦେବ ପୋଢ, ଗୁଣନିଧି କରୁଆଁ, ଡମ୍ବରୁଧର ଭାଟି, ଖିରାବ୍ଧି ନାଗ, ଦେବାନନ୍ଦ ଭୋଇ, ପ୍ରତାପ ନାଏକ, ସତ୍ୟନାରାୟଣ ନାଏକ, ରାମ ନାଏକ, ମୋହନ ନାଏକ, ହନୁ ବାଗ, କିଶନ ଭୋଇ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.