ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ରକ୍ତଦାନ ମହାପୂଣ୍ୟ | ଏହି ଉକ୍ତିକୁ ସାକାର କରି ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାନ କରିଛନ୍ତି ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଝିମନପାଲି ଗାଁର ଯୁବକ ମିଳନ କୁମାର ବାରିକ | ଅନ୍ୟ ପାଇଁ ଜୀବନଦାତା ସାଜିବା ସହ ଯୁବବର୍ଗଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଛନ୍ତି ସେ | ମିଳନ ଏବେ ଓଡ଼ିଶା ରକ୍ତଦାତା ମହାସଂଘର ବଲାଙ୍ଗୀର ଜିଲ୍ଲା ସଂଯୋଜକ ଦାୟିତ୍ୱ ତୁଲାଉଛନ୍ତି | ସେ ପୂର୍ବରୁ ୪୦ ଥର ରକ୍ତଦାନ କରିସାରିଥିବା ବେଳେ ରବିବାର ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାରରେ ୪୧ ତମ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି | ଏହି ମହାନ ସେବା କାର୍ଯ୍ୟ ପାଇଁ ମିଳନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି |





