ବିଶିଷ୍ଟ ସାମ୍ବାଦିକ ତଥା ଖ୍ୟାତିସମ୍ପନ୍ନ ନାଟ୍ୟକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ 

ଓଡିଆ ବାର୍ତ୍ତା/ କଟକ: ବରିଷ୍ଠ ସାମ୍ବାଦିକ ତଥା ଖ୍ୟାତିସମ୍ପନ୍ନ ନାଟ୍ୟକାର ସର୍ବେଶ୍ୱର ମିଶ୍ରଙ୍କୁ କଳା, ସାହିତ୍ୟ, ସାମ୍ବାଦିକତା, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ କିଶୋରନଗର ହାଟ ପଡ଼ିଆ ଠାରେ କଟକ ସଦର ରଜ ମହୋତ୍ସବ -୨୦୨୬ ପକ୍ଷରୁ ଆୟୋଜିତ ଚାରି ଦିନିଆ ରଜ ମହୋତ୍ସବ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । କଳାର ପୂଜାରୀ ଶ୍ରୀଯୁକ୍ତ ମିଶ୍ର ଏହି ମର୍ଯ୍ୟାଦା ଜନକ ସମ୍ବର୍ଧନା କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଠାରୁ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଏହି ଖ୍ୟାତି ସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ, ଲୋକପ୍ରିୟ ମଂଚ ଅଭିନେତା ତଥା ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ମିଶ୍ର ତିନି ଦଶନ୍ଧି ଧରି ସାଂବାଦିକତା କରିବା ସହ ଦୀର୍ଘ ପଚିଶ ବର୍ଷ ହେବ ଯାତ୍ରା ବା ଡ୍ରାମା ଜଗତରେ ଏକ ଶହରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିବା ଓ ଚାଳିଶରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସାରସ୍ଵତ ସାଧକ ପଣ୍ଡିତ ଶ୍ରୀଯୁକ୍ତ ମିଶ୍ରଙ୍କୁ ସମଗ୍ର କଟକ ସଦର ଅଞ୍ଚଳରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.