ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋବିନ୍ଦ ଚରଣ ମିଶ୍ରଙ୍କ ଦେହାନ୍ତ ହୋଇଯାଇଛି। ସେ ଏକାଧାରରେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ଧର୍ମପରାୟଣ ବ୍ଯକ୍ତି, ବ୍ରଜକୁଟିର ଭାଲୁପିଆର ପ୍ରତିଷ୍ଠାତା ଏବଂ ରିଷିଡାର ନାଟ୍ଯସଂସ୍ଥା ସହ ଜଡିତ ଥିଲେ। ଏଭଳି ଅନେକ ସଂସ୍ଥା ସହ ତାଙ୍କର ବ୍ଯକ୍ତିଗତ ସମ୍ପର୍କ ଥିଲା। ମୣତ୍ଯୁ ବେଳକୁ ତାଙ୍କୁ ୯୨ ବର୍ଷ ହେଊଥିଲା। ପ୍ରାୟ ୫ ମାସ ହେଲା ସେ ଶଯ୍ଯାଶାୟୀ ଥିଲେ। ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୣତ୍ଯୁ ଶଯ୍ୟା ନିକଟରେ ତାଙ୍କ ବଡ ପୁଅ ରାଜେନ୍ଦ୍ର ନାରାୟଣ ମିଶ୍ର, ପୁତ୍ରବଧୁ ଝରଣା, ନାତୁଣୀ ଶ୍ରଦ୍ଧାସୁମନ ଓ ପରିବାରର ଅନ୍ଯାନ ସଦସ୍ୟ ଉପସ୍ଥିତ ଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।





