ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦଇବ କେତେବେଳେ କାହାକୁ କିଭଳି ଦୁଃଖ ଦିଏ ତାହା କାହାକୁ ଜଣାନ ଥାଏ। ଗରିବୀ ସହ ଦୁଃଖ କଷ୍ଟ ରେ ଜୀବନ ଯାପନ କରିବା ତାହା ପୁଣି ଅସହାୟ ବିଧବା ମହିଳା ପକ୍ଷେ ତାହା କେତେଯେ କରୁଣ କହିଲେ ନସରେ। ଜଣେ ୯ ବର୍ଷର ଶିଶୁପୁତ୍ରଙ୍କ ବେକରେ ଛିଦ୍ର ହୋଇଥିବାରୁ ପାଣି ପିଇଲେ ବାହାରକୁ ଆସିଯାଉଛି। ଯାହାକୁ ନେଇ ଗରୀବ ପରିବାର ର ବିଧବା ମା’ ପୁଅର ଚିକିତ୍ସା ପାଇଁ ଚିନ୍ତାରେ ପଡ଼ିଛନ୍ତି। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା କୋକସରା ବ୍ଲକ ମୁଷାପାଲି ମୃର୍ଦୁଙ୍ଗିଆ ପଡ଼ାର ବିଧବା କୌଶଲ୍ୟା ବାଗଙ୍କ ସାନ ପୁଅ ସୁଭମ ବାଗଙ୍କ କ୍ଷେତ୍ରରେ ଦେଖାଦେଇଛି। ଜନ୍ମରୁ ସୁଭମ୍ ଙ୍କ ଏଭଲି ହୋଇଥିବା ବେଳେ ବୟସ ବଢିବା ସହିତ ଧିରେ ଧିରେ ବେକରେ ହୋଇଥିବା ଛିତ୍ର ବଢ଼ିବାରେ ଲାଗିଛି। ଯାହାକୁ ନେଇ ଗରିବ ପରିବାର ବିଧବା ମା’ ପୁଅର ଚିକିତ୍ସା ପାଇଁ ଚିନ୍ତାରେ ପଡ଼ିଛନ୍ତି। କୌଶଲ୍ୟାଙ୍କ ସ୍ବାମୀ ମୃତ୍ୟୁ ପରେ ପରିବାରରେ ବଡ ପୁଅ ନମିସ ବାଗ(୧୫), ଝିଅ ବର୍ଷା ବାଗ(୧୨) ଓ ସୁଭମଙ୍କୁ ନେଇ ତାଙ୍କ ପରିବାର। ସରକାରୀ ସହାୟତା କହିଲେ ବିଧବା ଭତ୍ତା ହଜାରେ ଟଙ୍କା ଓ ରାସନ୍ କାର୍ଡରେ ଚାଉଳ ମିଳୁଛି। ଏବଂ ଆବାସ ଯୋଜନାର ଘର ଖଣ୍ଡିଏ ମିଳିଛି। କୁଲି ମଜୁରୀ କଲେ ତାଙ୍କ ତେଲ ଲୁଣର ସଂସାର ଚଳୁଛି। ଏଭଳି ସ୍ଥିତିରେ ସାନପୁଅ ସୁଭମଙ୍କ ଗଲାରେ ଛିତ୍ର ଥିବାରୁ ଚିନ୍ତାରେ ପୁରା ପରିବାର ଲୋକେ। ଘରର ଆର୍ଥିକ ଅବସ୍ଥା ଖରାପ ଯୋଗୁଁ ପୁଅକୁ କୌଣସି ବଡ଼ ମେଡ଼ିକାଲ ମଧ୍ୟ ନେବାକୁ ସାମର୍ଥ୍ୟ ନାହିଁ। ଏଣେ ଘରର ୩ ଜଣକୁ ଆୟୁଷ୍ମାନ କାର୍ଡ ମିଳିଥିବା ବେଳେ ସୁଭମ ଙ୍କ ନାଁରେ ଆୟୁଷ୍ମାନ କାର୍ଡ ମଧ୍ୟ ଆସି ନଥିବା ତାଙ୍କ ମା’ କୌଶଲ୍ୟା ପ୍ରକାଶ କରିଛନ୍ତି। ତେଣୁ ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗୁହାରି କରିଚନ୍ତି। ଅନ୍ୟପଟେ ଗ୍ରାମର ଦିଗାମ୍ବର ନାଗ ଓ ପାଖ ପଡ଼ୋଶୀ ମାନେ ମଧ୍ୟ ସୁଭମଙ୍କ ଉପଯୁକ୍ତ ଚିକିତ୍ସା ନିମନ୍ତେ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଡ. ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଆସନ୍ତା କାଲି ମେଡିକାଲ ଟିମ୍ ପଠାଇବା ସହ ଅନ୍ୟାନ୍ୟ ଯାହା ସରକାରୀ ସୁବିଧା ଯୋଗାଇ ଦେବା ସହ ମେଡିକାଲ ସୁବିଧା କରାଯିବ ବୋଲି କହିଛନ୍ତି।





