ଠିଆ ହୋଇଥିବା ଜେସିବିକୁ ପିଟିଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ଗାଁ ପାର୍ଶ୍ୱରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଗଟଣାରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ସୂଚନା ଥାଉକି ହାଟମୁନିଗୁଡା ଠାରେ ମେଗା ପ୍ରକଳ୍ପ ପାଇପ ବିଛା କାର୍ଯ୍ୟ ଚାଲୁ ରହିଥିବାରୁ ହାଟମୁନିଗୁଡା ଗାଁ ନିକଟରେ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେସିନ୍ ରାସ୍ତାକଡାରେ ଠିଆ ହୋଇଥିଲା । ଅମ୍ବାଦଳା ଥାନା ଯୁଗାପଦର ଗ୍ରାମର ଜାଗତ ଟାକ୍ରି ଏବଂ ରୋହିତ କୁଶଲିଆ  ବିଷମ କଟକ ରୁ ନିଜ ଘରକୁ ଫେରିବା ସମୟରେ ବାଇକ ର ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଜେସିବି ମେସିନ କୁ ପଛ ପଟୁ ପିଟି ହୋଇ ରାସ୍ତା କଡକୁ ଛିଟିକି ପଡିଥିଲେ । ତେବେ ଘଟଣା ସ୍ଥଳରେ ଗାଡି ଚାଳକ ଜଗତ ଟାକ୍ରି ବୟସ ୩୮ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ରୋହିତ କୁଶୁଲିଆ ବୟସ ୩୧ ଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ତାନୀୟ ଲୋକେ ଉଦ୍ଦାର କରି ଆମ୍ବୁଲାନସ୍ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଖବର ପାଇ ମୁନିଗୁଡା ପୁଲିସ୍ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ମୃତକ ଙ୍କ ପରିବାର ଲୋକ ଙ୍କୁ ସୂଚନା ଦେବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.