କଳାହାଣ୍ଡି ବିଜେପିର ସମ୍ବିଧାନ ହତ୍ୟା ଦିବସ ପାଳନ କର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ଵରେ ଭବାନୀପାଟଣା ସ୍ଥିତ ହୋଟେଲ ସୁରମ୍ମ୍ୟା ଠାରେ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଇତିହାସ ସାକ୍ଷୀ ଅଛି ଜୁନ୍ ୨୫, ୧୯୭୫ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ କଳା ଦିନ ଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ କ୍ଷମତା ଲୋଭ ରେ ଓ ନିଜ କୁଶାସନ ଓ କ୍ଷମତା ର ଅପ ବ୍ୟବହାର ପାଇଁ ଚର୍ଚ୍ଚିତ ହୋଇ ବିରୋଧ ର ସାମ୍ନା ହେବା ଭୟ ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। କ୍ଷମତାର ଅହଂକାର ଦ୍ୱାରା ପ୍ରଭାବିତ ହୋଇ ଜରୁରୀକାଳୀନ ପରିସ୍ଥିତି ସମୟରେ ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରାଯାଇଥିଲା। ପ୍ରେସ୍ ର ସ୍ୱାଧୀନତାକୁ ଦମନ କରାଯାଇଥିଲା, ହଜାର ହଜାର ରାଜନୈତିକ ଏବଂ ସାମାଜିକ କର୍ମୀ, ସାମ୍ବାଦିକ ଏବଂ ସାଧାରଣ ନାଗରିକଙ୍କୁ ବିନା କାରଣ ରେ ଜେଲରେ ପୁରାଇ ଦିଆଯାଇଥିଲା ଏବଂ ଭିନ୍ନ ମତର ସ୍ୱରକୁ ଦମନ କରାଯାଇଥିଲା। ସେହି ସମୟ ମଧ୍ୟରେ, ସମ୍ବିଧାନର ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଇଥିଲା। ୫୧ବର୍ଷ ପୂର୍ବେ ଆଜିର ଦିନ ରେ ଲକ୍ଷ ଲକ୍ଷ ଲୋକ କଂଗ୍ରେସ ସରକାର ର ଦେଶ ଦ୍ରୋହି ମାନସିକତା ର ଶିକାର ହୋଇଥିଲେ। ଏହି ଦିନଟିକୁ ସମସ୍ତ ଭାରତୀୟ ଙ୍କୁ ମନେ ପକାଇ ଦେବା ସହ ଆଜି କଂଗ୍ରେସ ଦଳ ଓ ତାଙ୍କ ନେତା ରାହୁଲ୍ ଗାନ୍ଧୀ ଙ୍କ ଦୋହରା ଚରିତ୍ର ସମ୍ବିଧାନ ବଞ୍ଚାଇବା ନାଁ ରେ ଦେଶ ରେ ଅସ୍ଥିରତା ତିଆରି ପ୍ରୟାସ କୁ ଲୋକ ଲୋଚନ ରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଦିନଟିକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇ ଦେଶକୁ ଏହି କଳା ଅଧ୍ୟାୟ କୁ ଯୁବ ବର୍ଗଙ୍କୁ ମନେ ପକାଇ ଦେବା , ଯାହା ଦ୍ଵାରା ଭବିଷ୍ୟତ ପିଢ଼ି ଗଣତନ୍ତ୍ର ଉପରେ ଏହି ଆକ୍ରମଣକୁ କେବେ ଭୁଲିପାରିବେ ନାହିଁ। ଏହି ଦିନଟି ଗଣତନ୍ତ୍ର, ନାଗରିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରିବାର ଏକ ସୁଯୋଗ ମଧ୍ୟ। ଏହା ଆମକୁ ମନେ ପକାଇ ଦିଏ ଯେ ସମ୍ବିଧାନ ହେଉଛି ଆମ ଦେଶର ସବୁଠାରୁ ପବିତ୍ର ଗ୍ରନ୍ଥ ଏବଂ ଆମର ଗଣତାନ୍ତ୍ରିକ ଗଣରାଜ୍ୟର ଦୃଢ଼ ମୂଳଦୁଆ, ଏବଂ ଏହାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ଆଜି, “ସମ୍ବିଧାନ ହତ୍ୟା ଦିବସ”ରେ, ଆମେ ଗଣତନ୍ତ୍ର ପାଇଁ ସହିଦ ହୋଇଥିବା ସେହି ସମସ୍ତ ସଂଗ୍ରାମୀଙ୍କୁ ଆଜିର କାର୍ଯ୍ୟକ୍ରମ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ କଳାହାଣ୍ଡି ଜିଲ୍ଲା ରେ ଯେଉଁମାନେ ଜରୁରୀକାଳୀନ ଏକଛତ୍ରବାଦ ସମୟରେ ସଂଘର୍ଷ କରିଥିଲେ, ନିର୍ଯାତନା ସହିଥିଲେ ଏବଂ ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ। ସେମାନଙ୍କ ତ୍ୟାଗ ତପସ୍ୟା ବଳିଦାନକୁ ସମ୍ମାନ ଜଣାଇ ତାଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜରୁରୀକାଳୀନ ସମୟରେ ଜେଲ ଯାଇଥିବା ସୁନିଲ ବେହେରା, ବେଦ ପ୍ରକାଶ ଗୋୟଲ, ଗୋକୁଳା ନନ୍ଦ ଠାକୁର ଉପସ୍ଥିତ ରହି ଅଙ୍ଗେ ନିଭାଇଥିବା ଓ ପ୍ରତାରଣା ର ଶିକାର ହୋଇଥିବା ସତ୍ୟତାକୁ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ବରିଷ୍ଟ ଆଇନଜୀବି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ଜୟ ଶଙ୍କର ନାଏକ, ସନ୍ତୋଷି ଦାସ , ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି , ଅକ୍ରୁର ହରପାଲ୍, ବିଭୀଷଣ ସାହୁ, ବିଜୟ ଦେବ ସାହୁ, ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବରିଷ୍ଟ ନେତା ଭବାନୀ ନିୟାଲ, ଶରତ ନାଏକ, କେଶରୀ ଦୁର୍ଗା ଜିଲ୍ଲା ମିଡ଼ିଆ ସଂଯୋଜକ ନରହରୀ ପଟ୍ଟନାୟକ ଙ୍କ ସମତେ ଶତାଧିକ କାର୍ଯ୍ୟକର୍ତ୍ତା ଓ ବୁଦ୍ଧଜୀବିମାନେ ଉପସ୍ଥିତ ରହିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ। କର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.