ସର୍ଗିଗୁଡା ଗ୍ରାମ ପଞ୍ଚାୟତର ୧୬୦ ଏଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲା ବ୍ଲକ ପ୍ରଶାସନ: ପିଇଓଙ୍କ ଦେଖା ନାହିଁ

‘ଓଡିଆ ବାର୍ତ୍ତା’ର ପ୍ରଭାବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ର ଭତ୍ତା ପାଉଥିବା ହିତାଧିକାରୀ ମାନେ ମଇ ମାସର ଭତ୍ତା ପାଇ ନଥିଲେ। ଗ୍ରାମ ପଞ୍ଚାୟତର କାର୍ଯ୍ଯନିର୍ବାହୀ ଅଧିକାରୀ ଜଗଜୀବନ ସାହୁ ଗତ ସୋମବାର ଦିନ ଭତ୍ତା ଦେବାପାଇଁ ହିତାଧିକାରୀଙ୍କୁ ଡାକି ନିଜେ ଆଉ ଆସି ନଥିଲେ। ତା ପରଦିନ ମଧ୍ୟ ଭତ୍ତା ଦେବେ କହି ହିତାଧିକାରୀ ମାନଙ୍କୁ ନିରାଶ କରିଥିଲେ। ତା ପର ଦିନଠୁଁ ତାଙ୍କର ମୋବାଇଲ ସ୍ଵିଚ ଅଫ୍ ରହିବା ସହ ଷ୍ଟେସନ ଛକ ନିକଟସ୍ଥ ତାଙ୍କ ବାସଭବନରୁ ସେ ଗାୟବ ହୋଇ ଯାଇଥିଲେ। ଭତ୍ତା ଟଙ୍କା ଏବଂ ଭତ୍ତା ହିତାଧିକାରୀଙ୍କ ନାମ ରହିତ ରେଜିଷ୍ଟର ମଧ୍ୟ ତାଙ୍କ ପାଖରେ ରହିଛି। ବିଡିଓ ଙ୍କୁ ମଧ୍ୟ୍ୟ ସଠିକ ଖବର କରି ନାହାନ୍ତି ଏଵଂ ଭତ୍ତା ବଣ୍ଟନ ପାଇଁ କାହାକୁ ଦାୟୀତ୍ୱ ନ ଦେଇ ଛୁ ଚଂପଟ ମାରିଛନ୍ତି। ସର୍ଗିଗୁଡା ପି ଇ ଓ ଙ୍କ ଏତାଦୃଶା ଦାୟୀତ୍ୱହୀନ କାର୍ଯ୍ଯ ଉପରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ ସମ୍ପୃକ୍ତ ପିଇଓ ଙ୍କ ନାମରେ ଥାନାରେ ଏତେଲା ଦିଆଯିବ ବୋଲି କହିଥିବା। ଏହି ଖବର ‘ଓଡିଆ ବାର୍ତ୍ତା’ରେ ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ଆଜି ମହରମ୍ ଛୁଟି ଥିବା ସତ୍ତ୍ୱେ ଭତ୍ତା ବଣ୍ଟନ କରିଛନ୍ତି ବ୍ଲକ ପ୍ରଶାସନ। ନର୍ଲା ବିଡିଓ ଶ୍ରୀ ଦୀପ ଭତ୍ତା ହିତାଧିକାରୀ ମାନଙ୍କ ହଇରାଣ ହରକତ ଓ ଦୁଃଖ ବୁଝିପାରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ ବେହେରାଙ୍କୁ ପଠେଇ ସର୍ଗିଗୁଡା ର ୧୬୦ ଜଣଙ୍କୁ ଭତ୍ତା ପ୍ରଦାନ କରିଥିବା ଜଣାପଡିଛି। ଏଥିରେ ସର୍ଗିଗୁଡା ଯୋଗାଣ ସହାୟକ ଟଙ୍କଧର ସା, କୁର୍ମେଲ ଯୋଗାଣ ସହାୟକ ପଦ୍ମନାଭ ନାଏକ ଓ ନର୍ଲା ର ଯୋଗାଣ ସହାୟକ ଜିତେନ୍ଦ୍ର ସେନାପତି ପ୍ରମୁଖ ଭତ୍ତା ବଣ୍ଟନରେ ବିଏସଏସଓଙ୍କୁ ସହଯୋଗ କରିଥିଲେ। ଅନ୍ୟପକ୍ଷେ ସର୍ଗିଗୁଡା ପିଇଓ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଖାନା ଯାଇଥିବା କଥା ଫୋନ ମାଧ୍ୟମରେ କହିଥିବା କଥା କହୁଛନ୍ତି ସର୍ଗିଗୁଡା ଗ୍ରାମ ପଞ୍ଚାୟତର କର୍ମଚାରୀମାନେ। ହେଲେ ସେ ଭତ୍ତା ବାଣ୍ଟିବା ପାଇଁ କାହାକୁ ଦାୟୀତ୍ୱ ଦେଇନଥିଲେ କିମ୍ବା ଛୁଟି ମଧ୍ୟ୍ୟ ନେଇନଥିଲେ ବୋଲି ସୂଚନା ମିଳିଛି। ଯଦି ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା। ସେ ଡାକ୍ତରଖାନା ଯାଇଛନ୍ତି ତେବେ ଆଜି ଦେବି, କାଲି ଦିଆଯିବ କହି ସୋମବାର ଠାରୁ ଗୁରୁବାର ଯାଏଁ ବୁଢା ବୁଢ଼ିଙ୍କୁ ହଇରାଣ ହରକତ କରୁଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ହିତାଧିକାରୀ ବରିଷ୍ଠ ନାଗରିକ ତୀର୍ଥବାସୀ ପଧାନ ଓ ଭକ୍ତଚରଣ ନାଏକ। ହେଲେ ଆଜି ଅଫିସ ଛୁଟି ଥିବା ସତ୍ତ୍ୱେ ବିଏସେଏସଓ ଓ ଯୋଗାଣ ସହାୟକ ମିଶି ଭତ୍ତା ପ୍ରଦାନ କରିଥିବାରୁ ହିତାଧିକାରୀ ମାନେ ଆଶ୍ୱସ୍ତି ଲାଭ କରିଛନ୍ତି। ଏପଟେ ଭତ୍ତା ବଣ୍ଟନ ସରିଯାଇଛି ହେଲେ ପିଇଓ ଶ୍ରୀ ସାହୁ ନା ଟଙ୍କା ଫେରାଇଛନ୍ତି ନା ରେଜିଷ୍ଟର ପ୍ରଦାନ କରିଛନ୍ତି। ଏଭଳି ଦାୟୀତ୍ୱହୀନ କାର୍ଯ୍ୟ ପାଇଁ ପିଇଓ ଶ୍ରୀ ସାହୁଙ୍କୁ କଣ ଦଣ୍ଡ ମିଳୁଛି ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.