ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଏବଂ ସରକାରଙ୍କ ଆଭିମୁଖ୍ୟକୁ ନେଇ ରାୟଗଡା ଜିଲ୍ଲା କଂଗ୍ରେସ ଦଳ ତରଫରୁ ଡବଲ ଇଂଜିନ ସରକାରଙ୍କୁ କଡା ସମାଲୋଚନା କରାଯାଇଛି I ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସରକାରଙ୍କ ଶିକ୍ଷା ନୀତିକୁ ନେଇ ତୀବ୍ର ନିନ୍ଦା କରି କହିଛନ୍ତି ବର୍ତମାନ ର ନୀତି ଦେଶର ଅଗାମି ଭବିଷ୍ୟତ କୁହାଯାଉଥିବା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ସହ ସେମାନଙ୍କ ଜୀବନକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି I ନିଟ ପ୍ରଶ୍ନ ପତ୍ର ଲିକ ହେଲା ପରେ ବହୁ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିଥିଲେ ସେମାନଙ୍କୁ ସମବେଦନା ପରିବର୍ତ୍ତେ ଏଥିରେ ପ୍ରଭାବିତ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପରିବାର କେଉଁ ମାନସିକ ସ୍ଥିତିରେ ତାଙ୍କୁ ବିଜେପି ସରକାର ବୁଝୁ ନାହିଁ ଏବଂ ସେମାନଙ୍କ ଭବିଷ୍ୟତକୁ ଧ୍ବଂସ କରିବାରେ ଲାଗିଛି ବୋଲି ପିସିସି ମହିଳା ସଭାନେତ୍ରୀ ଶ୍ରୀମତୀ ବାହିନୀପତି ଅଭିଯୋଗ କରିଛନ୍ତି I ପ୍ରଦେଶ ଅଳ୍ପ ସଂଖ୍ୟକ ବିଭାଗ ସଭାପତି ମହମ୍ମଦ ଜଇନୁଲ ହକ ବିଜେପି ସରକାର ନିଟ ପେପର ଲିକ ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରନ୍ତୁ I ବିଭିନ୍ନ ପରୀକ୍ଷାକୁ ବିଜେପି ସରକାର ବ୍ୟବସାୟରେ ପରିଣତ କରିଛି I ଏହି ଶିକ୍ଷା ଦୁର୍ନୀତି ଦେଶରେ ଯୋଜନାବଧ ଭାବେ ଚାଲିଛି ଏବଂ ଏଥିରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି I ସବୁଠୁ ଆଶ୍ଚର୍ଯ୍ୟ କଥା ଶିକ୍ଷା ମନ୍ତ୍ରୀ ନୈତିକ ଦା୍ୱିତ୍ୱ ମଧ୍ୟ ନେଉ ନାହାନ୍ତି କିମ୍ବା ନୈତିକତା ଦୃଷ୍ଟିରୁ ଇସ୍ତଫା ମଧ୍ୟ ଦେଉନାହାନ୍ତି ବୋଲି କହି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ସଂଖ୍ୟାଲଘୁ ସେଲର ରାଜ୍ୟ ସଭାପତି ଶ୍ରୀ ହକ ଦାବି କରିଥିଲେ I ଏହି କାର୍ଯ୍ୟକ୍ରମରେ କଂଗ୍ରେସ ର ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଖିଲ ପଟ୍ଟନାୟକ,ଯୁବ ନେତା ହରିଶ ପଟ୍ଟନାୟକ,ଅସଲାମ ଖାନ,ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ନନ୍ଦୀ ଗୌରୀ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ରହିଥିଲେ I ଶିକ୍ଷା ନୀତି ଏବଂ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ହେଲେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଶ୍ରୀମତୀ ବାହିନୀପତି ପ୍ରକାଶ କରିଛନ୍ତି I ଏହି ଅବସରରେ କଂଗ୍ରେସରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କର୍ମକର୍ତା ମାନେ ଅନ୍ୟ ଦଳ ଛାଡି କଂଗ୍ରେସ ଦଳରେ ଯୋଗ ଦେଇଥିଲେ I





