ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ସମାରୋହ ରେ ସମ୍ପନ୍ନ ହେଲା ମ ରାମପୁରର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ସ୍ନାନ ଉତ୍ସବ। ଶ୍ରୀ ଶ୍ରୀ ଜଗନ୍ନାଥ ସେବାୟତ ପରିବାର ତରଫ ରୁ ମନ୍ଦିର ପରିଚାଳନା କମିଟି ର ସଭାପତି କେଦାର ନାଥ ମହାରଣା ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଦେବ ସ୍ନାନ ପୂର୍ଣ୍ଣିମା ରେ ରାଜା ଶ୍ରୀ ଶ୍ରୀ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଙ୍କ ପ୍ରତିନିଧି ଭାବେ ହିରେନ୍ଦ୍ର ପ୍ରତାପ ସିଂହ ଦେଓ କର୍ତ୍ତା ଦାୟିତ୍ଵ ସମ୍ପାଦନ କରିଥିଲେ। ପୂଜାର୍ଚ୍ଚନା ଓ ଆଳତି ପରେ ସକାଳ ୮.୧୫ ମିନିଟ ସମୟରେ ରତ୍ନ ସିଂହାସନ ରୁ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ରେ ସ୍ନାନ ବେଦୀ ରେ ବିଜେ କରି ପୂଜାର୍ଚ୍ଚନା ପରେ ବ୍ରାହ୍ମଣ ଓ ସେବାୟତ ମାନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ୧୦୮ ଗରା ଜଳ ରେ ସ୍ନାନ କରାଇଥିଲେ। ଏହି ସ୍ନାନ ଉତ୍ସବ ରେ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ ହୀରେନ୍ଦ୍ର ପ୍ରତାପ ସିଂହ ଦେଓ। ମୁଖ୍ୟ ପୂଜକ ତ୍ରିଲୋଚନ ଦାସ, ମନ୍ଦିର ପୂଜକ ଅଶୋକ କୁମାର ତ୍ରିପାଠୀ, ଅଶୋକ ପଣ୍ଡା, ପ୍ରଶାନ୍ତ କୁମାର ସାମନ୍ତରା, ଯୁଗଳ କିଶୋର ପ୍ରହରାଜ, ସୁବାସ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଶୋଭାକର ପୁରୋହିତ,ଶିବ ପ୍ରସାଦ ଶତପଥୀ, ଉଦ୍ଧବ ପଣ୍ଡା ଓ ପ୍ରକାଶ ପଣ୍ଡା ପୂଜାର୍ଚ୍ଚନା ରେ ସହଯୋଗ କରିଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଯାଜ୍ଞ ପଣ୍ଡା ଓ ସତ୍ୟ ନାରାୟଣ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସେବାୟତ ପରିବାର ଓ ମନ୍ଦିର ଉନ୍ନୟନ କମିଟି ର ସଦସ୍ୟ ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ର ସହିତ ଚଳିତ ବର୍ଷର ସ୍ନାନ ଉତ୍ସବ ସମ୍ପନ୍ନ ହୋଇ ଥିବାରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହିତ ପ୍ରସାଦ ସେବନ କରିବା ପାଇଁ ଅନୁରୋଧ କରିଥିଲେ।





