ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଆଜିକାର ଜୀବନ ଶୈଳୀରେ ହସ ବହୁ ଦୂରକୁ ଚାଲି ଯାଇଛି। ହସିଲେ ମନ ପ୍ରଫୁଲ୍ଲିତ ରହେ ଏବଂ ଏକ ସୁସ୍ଥ ନିରୋଗ ଜୀବନ ବଞ୍ଚିବା ପାଇଁ ହସ ନିତାନ୍ତ ଆବଶ୍ଯକ ବୋଲି କଳାହାଣ୍ଡି ଲେଖିକା ସଂଘର ମାସିକ ହାସ୍ଯ ବ୍ୟଙ୍ଗ କବିତା ଆସର ରେ ମୂଖ୍ଯ ଅତିଥି ହାସ୍ଯ ବ୍ୟଙ୍ଗ କବି ତଥା ଟିଟିଲାଗଡ଼ ସମ୍ବାଦ ସାହିତ୍ୟ ଘରର ସଭାପତି ସଞ୍ଜୟ ଅଗସ୍ତି ଏଭଳି ମନ୍ତବ୍ୟ ପ୍ରଦାନ କରିବା ସହସହ ହାସ୍ଯ ବ୍ୟଙ୍ଗ କବିତା ଶୁଣାଇ ସମସ୍ତ ଙ୍କୁ ଖୁବ୍ ହସାଇ ଥିଲେ।
ଅନ୍ୟତମ ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ଶିକ୍ଷା ବିତ ତଥା ଗାଳ୍ପିକା ମୀନା ମୁଣ୍ଡ ଦେବସ୍ନାନ ପୂର୍ଣିମା ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଖୁବ୍ ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ। ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସମ୍ପାଦିକା କଳ୍ପନା ରଥ। ୨୫ରୁ ଉର୍ଦ୍ଧ୍ବ କବି ସ୍ବରଚିତ ହାସ୍ଯ ବ୍ୟଙ୍ଗ କବିତା ପାଠକରି ଏକ ହାସ୍ଯ ବ୍ୟଙ୍ଗ ପରିବେଶ ସ୍ରୁଷ୍ଟି କରିଥିଲେ। କାର୍ଯ୍ୟକ୍ରମର ମଧ୍ଯ ଭାଗରେ ଗାଳ୍ପିକା ସଂଯୁକ୍ତା ମୁଣ୍ଡଙ୍କ ହାସ୍ଯ ଗଳ୍ପ ଜ୍ଞାନ ସାଗର ସ୍ଥାନିତ ହୋଇ ଥିଲା ଗଳ୍ପଟି ସମସ୍ତ ଙ୍କୁ ହସାଇବା ସହ ଶିକ୍ଷଣୀୟ ଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ରହ୍ମନାଦ କରିଥିଲେ କବି ମୀନା ମୁଣ୍ଡ। ସରସ୍ୱତୀ ବନ୍ଦନା ତଥା ଜଗନ୍ନାଥଷ୍ଟକମ ଗାନ କରିଥିଲେ କବି ସ୍ନେହଲତା ଷଡଙ୍ଗୀ। ସଂଯୋଜନା କରିଥିଲେ ସୁମତି ମୁଣ୍ଡ। ଧନ୍ଯବାଦ ଅର୍ପଣ କରିଥିଲେ କବି ବନଶ୍ରୀ ଦାସ। ଶାନ୍ତି ପାଠ କରିଥିଲେ କବି ସବିତା ଦାସ। ଗୁଗଲ ମିଟ ସହାୟତା ଯୋଗାଇ ଥିଲେ ସହ ସମ୍ପାଦିକା ମିନତି ପ୍ରଧାନ। କବି ସବିତା ଶତପଥୀ, ମଞ୍ଜୁରାଣୀ ରଥ, ମମତା ପଟ୍ଟନାୟକ, ମୀନା ମୁଣ୍ଡ, ପ୍ରମୋଦିନୀ ପଣ୍ଡା, ଅର୍ଚ୍ଚନା ମିଶ୍ର, ରୀତା ପଟ୍ଟଯୋଷୀ, ବନଶ୍ରୀ ଦାସ, କବିତା ମୁଣ୍ଡ, ରଶ୍ମି ରାଣୀ ରଥ, ନିବେଦିତା ମହାନ୍ତି, ମିନତି ପ୍ରଧାନ, ସସ୍ମିତା ସାହୁ, କଳ୍ପନା ରଥ, ସୁଚିସ୍ମିତା ରଥ, ସୁଦେଷ୍ଣା ପଣ୍ଡା, ପ୍ରେମ ଶୀଳା ବେହେରା, ତନୁଶ୍ରୀ ମିଶ୍ର, ନମିତା ମହାପାତ୍ର,କବିତା ଞଳି ପଣ୍ଡା, ଝରଣା ପାଢ଼ୀ, ନାହେଦା ଶାହୀନ, ସୁମତି ମୁଣ୍ଡ, ସୁରମା ବେହେରା, ସ୍ବର୍ଣକାନ୍ତି ବୈକାର ପ୍ରମୂଖ ସ୍ବସ୍ବ ରଚିତ କବିତା ପାଠ କରିଥିଲେ।





