ସେବା ନିବୃତ୍ତ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଣ୍ଟାମାଳ: କଣ୍ଟାମାଳ ୟୁଜି ଏମି ଠାରେ ପ୍ରାକ୍ତନ ଏବିଇଓ ଦୁର୍ଗା ଚରଣ ପ୍ରଧାନଙ୍କ ସେବା ନିବୃତ୍ତ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ବିଇଓ କାର୍ଯ୍ୟାଳୟ ଓ ମିଳିତ ଶିକ୍ଷକ ସଂଘ କଣ୍ଟାମାଳ ର ମିଳିତ ଭାବେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ଏବିଇଓ ନୀଳମଣୀ ପଣ୍ଡା ଅଧକ୍ଷତାରେ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଇଓ ଅଶୋବ ରଞ୍ଜନ ମାଳି ଯୋଗଦେଇ ଶ୍ରୀ ଦୁର୍ଗା ବାବୁଙ୍କ ନିଷ୍ଠା ଓ ସଚୋଟତା କୁନେଇ ବକ୍ତବ୍ୟ ରଖିଥିଲେ।

ଏ ଅବସରରେ ସମ୍ମାନିତ ଅତିଥିଭାବେ ଏବିଇଓ ଲକ୍ଷ୍ମୀ ମଲିକ, ଉଦ୍ଧବ ମହାଲିକ, ପ୍ରାକ୍ତନ ବରିଷ୍ଠ ଲିପିକ ଶଙ୍କର ମହାନନ୍ଦ, ପ୍ରାକ୍ତନ ଏବିଇଓ ଫାଲଗୁନି ମାଝୀ, ଶିକ୍ଷକ ସଙ୍ଘର ସଭାପତି ନୀଳାଚଳ ଭୋଇ, ଅନିତା ମେହେର, ଶିଶିର ଖଟୁଆ, ପ୍ରଜିନା ପାଢ଼ୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ ସଙ୍ଘର ଯୁଗ୍ମ ସଂପାଦକ ରଂଜୁ ଅମାତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସଙ୍ଘର ନେତୃ ମଣ୍ଡଳୀ ସୁଦାମ ମିଶ୍ର, ନିର୍ମଳ ମହଲା ବିଶ୍ଵାମିତ୍ର କୁଅଂର, ନିରାକାର ସାହୁ, ସୁଶୀଲ ପ୍ରଧାନ, ନରେଶ ଚନ୍ଦ୍ର କର୍ମୀ, ଗୋବର୍ଧନ ସାହୁ, ବିନୋଦ ପ୍ରଧାନ, ଗୋବର୍ଧନ ସାହୁ, ଯୁଧିଷ୍ଠିର କୁଅଁର, ମନରଞ୍ଜନ ନାଏକ ପ୍ରମୁଖ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦାନ କରି ଶ୍ରୀ ପ୍ରଧାନକୁ ସମ୍ମାନ ଜଣାଇ ଥିଲେ।ସମ୍ବର୍ଦ୍ଧନା ସଭା ପରିଚାଳନା ରେ ବ୍ଲକର ସମସ୍ତ ସିଅରସିସି, କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସିଆରସିସି ରୂପସିଂହ ଖେତୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.