ନର୍ଲାରୋଡ ଷ୍ଟେସନରେ ରେଳରୋକ ଆନ୍ଦୋଳନ

୨ ଘଣ୍ଟାଧରି ଅଟକି ରହିଲା ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ: ଷ୍ଟେସନକୁ ଆସିଲାନି ସମତା ଏକ୍ସପ୍ରେସ

ଡିସିଏମଙ୍କ ପ୍ରତିଶୃତି ପରେ ଥମିଲା ଆନ୍ଦୋଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୁଧବାର ନର୍ଲାରୋଡ ରେଳ ଷ୍ଟେସନରେ ସ୍ବାଭିମାନ ମଞ୍ଚ ନର୍ଲା ନେତୃତ୍ୱରେ ଅନୁଷ୍ଠିତ ହୋଇଛି ରେଳରୋକ ଆନ୍ଦୋଳନ। ଏହାର ବରିଷ୍ଠ କର୍ମକର୍ତ୍ତା ଦୁର୍ଯ୍ୟୋଧନ କୁମାର, ପ୍ରଦୀପ ନାଏକ, ଦୀପୁ ପାତ୍ର, ଚୁଲମଣି ଗୌଡିଆ, କୁମୁଦ ନାଏକ, ନିକୁଞ୍ଜ ଦତ୍ତା, ନନ୍ଦ କିଶୋର ଜେନା, ହମେସ ଜୈନ, ମୀନ କେତନ ବିଶ୍ଵାଳ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ  ଟ୍ରାକ ଉପରେ ବସି ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନକୁ ୨ ଘଣ୍ଟା ଧରି ଅଟକ ରଖିଲେ। ଭାରତ ମାତାକି ଜୟ, ବନ୍ଦେ ମାତରଂ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

ଏଥିରେ ନର୍ଲା ସେବାକାରୀ ନିନ୍ନର ସଂଘ, ନର୍ଲା ସରପଞ୍ଚ ସଂଘ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଓ ଅଞ୍ଚଳର ଶହ ଶହ ଯୁବକ ସାମିଲ ହୋଇଥିଲେ। ଘୋଷଣା ଅନୁଯାୟୀ ସକାଳ ୮.୩୦ ସମୟରୁ ଏହି ଆନ୍ଦୋଳନ ଆରମ୍ଭ ହେଲା। ପ୍ରଥମେ ଆରପିଏଫ ଓ ସ୍ଥାନୀୟ ପୋଲିସ ରେଳ ଷ୍ଟେସନ ର ମୁଖ୍ୟ ଦ୍ୱାରରେ ଆନ୍ଦୋଳନ କାରୀକୁ ଅଟକାଇ ରଖିଥିଲେ। କଡନ କରି ଷ୍ଟେସନର ମୁଖ୍ୟ ଗେଟକୁ ଅବରୋଧ କରିଥିଲେ। ଷ୍ଟେସନ ଭିତରକୁ ପଶିଵାକୁ ଦେଇନଥିଲେ।

ସ୍ୱାଭିମାନ ମଞ୍ଚର ସମ୍ପାଦକ ଦୀପୁ ପାତ୍ରଙ୍କ ସମେତ ଅନେକ ଯୁବ ନେତା ଓ ମହିଳା ସଦସ୍ୟା ମାନେ ବାଡ ଡେଇଁ ଧସେଇ ପଶି ଟ୍ରାକ ଉପରକୁ ଚାଲି ଆସିଥିଲେ। ଏହାପରେ ଶତାଧିକ ସଂଖ୍ୟାରେ ଲୋକେ ଆସି ଟ୍ରାକ ଉପରେ ବସି ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନକୁ ଅଟକ ରଖିବାରେ ସଫଳ ହୋଇଥିଲେ। ଆନ୍ଦୋଳନ ଚାଲିଥିବା ଜାଣି ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ କାଣ୍ଡେଲରୋଡ ଷ୍ଟେସନରେ ରହିଗଲା।

ଏଠାରେ ଆରପିଏଫ, ସ୍ଥାନୀୟ ପୋଲିସ ମହଜୁଦ୍ ରହି ଶୃଙ୍ଖଳା ଵ୍ୟଵସ୍ଥା ବୁଝୁଥିବା ବେଳେ ରେଳବାଇ ଵିଭାଗ ଚିଫ କମର୍ସିଆଲ ଅଫିସର ଶୁଭ୍ରାଂଶୁ ପରିଡ଼ା, କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ଆରପିଏଫ ଏଏସ ସି ଏଏମ୍ କିସକୁ, ନର୍ଲା ଆଇଆଇସି, ମ. ରାମପୁର ଆଇଆଇସି, ନର୍ଲା ଅତିରିକ୍ତ ତହସିଲଦାର ମନୋରଂଜନ ନାୟକ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବା ସହ ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିଥିଲେ। ହେଲେ ଆନ୍ଦୋଳନ କାରୀ ଥମି ନଥିଲା। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।

ଦାବୀ ରହିଥିବା ଟ୍ରେନ ଗୁଡିକର ରହଣୀ ପ୍ରତିଶୃତି ନଦେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଆନ୍ଦୋଳକାରୀମାନେ ଜିଦ୍ ରେ ଅଟଳ ରହିଲେ। ଶେଷରେ ସମ୍ବଲପୁର ଡିଭିଜନର ଡିସିଏମ ଅଙ୍କିତ ମିଶ୍ର ଆସି ଆନ୍ଦୋଳନକାରୀ ସ୍ୱାଭିମାନ ମଞ୍ଚର ମୁଖିଆମାନଙ୍କ ସହ ବସି କୋଉ କୋଉ ଟ୍ରେନ ନର୍ଲାରୋଡ଼ ଷ୍ଟେସନରେ ରହଣୀ ହେବ ସେନେଇ ପ୍ରତିଶୃତି ଦେବାସହ, ପରେ ଆନ୍ଦୋଳନକାରୀଙ୍କ ସାମ୍ନାରେ ଦାବୀ ରହିଥିବା ଟ୍ରେନ ଗୁଡିକ ରହଣୀ ରହିବା ନେଇ ଘୋଷଣା କରିବାରୁ ଲୋକେ ଆନ୍ଦୋଳନରୁ ଓହରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କୋଭିଡ୍ ପୂର୍ବରୁ ରହଣୀ ରହ୍ଥ‌ିଇଥିବା ସମସ୍ତ ଟ୍ରେନର ରହଣିକୁ ପୁନଃ କାର୍ଯ୍ୟକାରୀ କରାଯାଉ।

ରହଣୀ ପାଇଁ ଦାବୀ ରହିଥିବା ଟ୍ରେନ ଗୁଡିକ ୧୨୮୦୭/୧୨୮୦୮ ସମତା ଏକ୍ସପ୍ରେସ, ୧୨୮୭୧/୧୨୮୭୨ ଇସ୍ପାତ ଏକ୍ସପ୍ରେସ, ୧୭୪୮୧/୧୭୪୮୨ ବିଲାସପୁର-ତିରୁପତି ଏକ୍ସପ୍ରେସ, ୧୮୧୮୯/୧୮୧୯୦ ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସ, ୧୮୪୦୭/୧୮୪୦୮ ପୁରୀ-କୋରାପୁଟ ଏକ୍ସପ୍ରେସ, ଟାଟା-ୟଶବନ୍ତପୁର ଏକ୍ସପ୍ରେସ, ୨୦୮୦୯/୨୦୮୧୦ ନାଗାବଳୀ ଏକ୍ସପ୍ରେସ। ଏହା ସହ ଲୋକଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋପଡ଼ିଥିବା ଜାତୀୟ ରାଜପଥ-୨୬ ନର୍ଲାର ରେଳ ଫାଟକ ନିକଟରେ ରେଳ ଓଭର ବ୍ରିଜ୍‌ ନିର୍ମାଣ କରାଯାଉ। ସମସ୍ତ ପ୍ଲାଟଫର୍ମରେ ଲିଫ୍ଟ ସ୍ଥାପନ। ପ୍ରତ୍ୟେକ ପ୍ଲାଟଫର୍ମରେ ଡିଜିଟାଲ କୋଚ୍ ଡିସେ, ବୋର୍ଡ ସ୍ଥାପନ, ଯାତ୍ରୀ ସୁବିଧାର ଉନ୍ନତି ଏବଂ ସମସ୍ତ ଅନୁମୋଦିତ କାର୍ଯ୍ୟ ପାଇଁ ଲିଖୁତ ସମୟସୀମା ଘୋଷଣା କରାଯାଉ ବୋଲି ଦାବୀ ସମ୍ବଳିତ ଏକ ଦାବିପତ୍ର ଡିସିଏନଙ୍କୁ ପ୍ରଦାନ କରିଥିଲା ସ୍ଵାଭିମାନ ମଞ୍ଚ। ଆନ୍ଦୋଳନକୁ ସଫଳ କରିଥିବାରୁ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସ୍ଵାଭିମାନ ମଞ୍ଚର ସଭାପତି, ସମ୍ପାଦକ ଏଵଂ ବରିଷ୍ଠ କର୍ମକର୍ତ୍ତା ପ୍ରଦୀପ କୁମାର ନାଏକ, ଦୁର୍ଯ୍ୟୋଧନ କୁମାର, ଦୀପୁ ପାତ୍ର, ଚୂଳମଣି ଗୌଡ଼ିଆ, କୁମୁଦ ଚନ୍ଦ୍ର ନାଏକ, ନିକୁଞ୍ଜ ଦତ୍ତା, ନନ୍ଦ କିଶୋର ଜେନା, ମୀନକେତନ ବିଶ୍ଵାଳ, ସମୀର ଚାନ୍ଦ, କାମିନୀ କିନ୍ନର ପ୍ରମୁଖ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.