ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଇଁ ପୁରାତନ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ଅନୁଷ୍ଠିତ ହେଲା ବିଭିନ୍ନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ଗ୍ରାମପଞ୍ଚାୟତର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଉଁ ପରିସରରେ ବିଦ୍ୟାଳୟର ଏକପଞ୍ଚବିଂଶତିତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୁରାତନ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଉଦୀୟମାନ ସାମାଜିକ କର୍ମୀ, ପ୍ରାକ୍ତନ ସରପଞ୍ଚ ବିରୁପାକ୍ଷ୍ ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ପରିଷଦର ସଭାପତି ଜଳଧର ସାମଲ, କବି ପ୍ରଭାକର ସାହୁ, ପରିଷଦର କର୍ମକର୍ତ୍ତା ନବକୁମାର ନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ପଟ୍ଟାୟତ ବକ୍ତବ୍ୟ ରଖିଥିଲେ। ପରିଷଦର ସମ୍ପାଦକ କବି ସୁଧାକର ସେଠୀ ମଞ୍ଚ ପରିଚାଳନା କରିଥିଲେ। ସହ ସମ୍ପାଦକ ସନତ କୁମାର ପରିଡା ମଞ୍ଚ ଆହ୍ୱାନ କରିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ମନ୍ମଥ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ। ଆୟୋଜିତ ଚିତ୍ରାଙ୍କନ, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବିଦ୍ୟାଳୟର ମୋଟ ଷାଠିଏ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ପରିଷଦର ବରିଷ୍ଠ ସଦସ୍ୟ ସଦସ୍ୟା ଅନିଲ ରଞ୍ଜନ ଜେନା, ବିଶ୍ୱରଂଜନ ସାମଲ, ସବ୍ୟସାଚୀ ପ୍ରଧାନ, ଜୟଶ୍ରୀ ରାଉତ, ଶୁଭ୍ରାଂଶୁ କୁମାର ରାଉତ,ନିହାର ରଞ୍ଜନ ବେହେରା, ପାର୍ଥ ସାରଥୀ ପ୍ରଧାନ,ରାହୁଲ ବାରିକ, ଲକି ସାମଲ, ଦିବ୍ୟାସା ଆଚାର୍ଯ୍ୟ, ପ୍ରିୟବ୍ରତ ଆଚାର୍ଯ୍ୟ, ହିମାଂଶୁ ଶେଖର ପରିଡା, ଶିକ୍ଷୟତ୍ରୀ ଚିନ୍ମୟୀ ପାତ୍ର, ମିହିର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତା ଜୁଲାଇ ସାତ ତାରିଖରେ ବିଦ୍ୟାଳୟର ଏକାବନ ତମ ପ୍ରତିଷ୍ଠା ଦିବସରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପରିଷଦ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରଫି ଓ ବିଜୟୀ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ସମ୍ପାଦକ ଶ୍ରୀ ସେଠୀ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.