ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୀମକେଲା ହାଇସ୍କୁଲର ଶିକ୍ଷକ ବିନୟ କିଶୋର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ଦୀର୍ଘ ୩୫ ବର୍ଷ ନିଷ୍ଠାପର ଭାବେ କାର୍ଯ୍ୟ କରି ଅନେକ ସୂଯୋଗ୍ୟ ଛାତ୍ର ନିର୍ମାଣ କରିଛନ୍ତି ଶ୍ରୀ ଦାଶ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟୀ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ସାହୁ, ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ଼,ବରିଷ୍ଠ ଆଇନଜୀବି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ କୁବେର ଚନ୍ଦ୍ର ସାହୁ, ବିଦ୍ୟାଳୟ ପୂର୍ବତନ ସଂପାଦକ ଭୁବନେଶ୍ୱର କରୁଆଁ, ପରିଚାଳନା କମିଟି ସଭାପତି ରୋହିତ ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ର ବତ୍ସଳ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ। ପୁରାତନ ଛାତ୍ର ତଥା ଶିକ୍ଷାବିତ କୁଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ନୃସିଂହ ଚରଣ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷାବିତ ସାଧୁରାମ ଭୋଇ, ପ୍ରକାଶ ପଟ୍ଟନାୟକ, ସୁରେନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ପଣ୍ଡା, ତରୁଣ କୁମାର ସାହୁ, ଗଙ୍ଗା ନାରାୟଣ ଦାଶ, ପ୍ରସାଦ ମିଶ୍ର, ଶ୍ୟାମସୁନ୍ଦର ଶର୍ମା, ଅରୁଣ କୁମାର ନାଏକ, ଅର୍ଜୁନ ତାରେଣିଆ, ନରସିଂହ ସାହୁ, ଶିଶିର ବେହେରା, ଶେଷଦେବ ପୋଢ, ନିତ୍ୟାନନ୍ଦ ସାହୁ, ଉଗ୍ରସେନ ସାହୁ, ଜୟନ୍ତ ଗଉଡ, ଝଜ ସା ପ୍ରମୁଖ ଉପସ୍ଥିତ ଥିଲେ। ଏକ ସୁନ୍ଦର ଓ ଶୃଙ୍ଖଳିତ ପରିବେଶରେ ବିଦାୟୀ ଶିକ୍ଷକଙ୍କୁ ତିନିଗୋଟି ଗ୍ରାମ ଯଥା ଭୀମକେଲା, ପଲସାପଡା ଓ ଲାଖଗୁଡା ଗ୍ରାମ ପରିକ୍ରମାରେ ନେବା ବେଳେ ଜନସମୁଦ୍ର ସୃଷ୍ଟି କରୁଥିବା ସହ ଗ୍ରାମବାସୀମାନେ ନିଜ ନିଜ ଘର ସମ୍ମୁଖରେ କଳସ, ଦୀପ ପ୍ରଜ୍ଜ୍ୱଳନ କରି ସ୍ଵାଗତ କରିବା ସହ ଅଶୃଳ ନୟନରେ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକବୃନ୍ଦ, ପୁରାତନ ଛାତ୍ରଛାତ୍ରୀଗଣ ଓ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ।





