ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ସ୍ଥିତ ମା’ ହୀରାନୀଳା ସ୍ନାତକ ମହାବିଦ୍ୟାଳୟ ପରିସରରେ କଳାହାଣ୍ଡିର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି, ସ୍ୱର୍ଗତା ମାଝୀ କେବଳ ଜଣେ ଜନପ୍ରତିନିଧି ନଥିଲେ, ବରଂ ସେ ବିଶ୍ଵନାଥପୁର ମା’ ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ମଧ୍ୟ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହାବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ଓ ଶୈକ୍ଷିକ ପ୍ରଗତି ପାଇଁ ସେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ଆଜିର ଶୋକସଭାରେ ବରିଷ୍ଠ ଅଧ୍ୟାପକ ଅରୁଣ କୁମାର ଚନ୍ଦନ, ଡ଼. ରମେଶ ଚନ୍ଦ୍ର ସାହୁ, ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ଅଧ୍ୟାପିକା କନକଲତା ବେହେରା, ପୁଷ୍ପାଞ୍ଜଳି ନାୟକ, ଜୟଶ୍ରୀ ବେହେରା, ନୀଳେନ୍ଦ୍ରୀ ଶତପଥୀ
ଖେଳ ଶିକ୍ଷକ ଜି. ଶ୍ରୀନିବାସ ଦାସ, ଗ୍ରନ୍ଥରକ୍ଷକ ଧବଳେଶ୍ୱର ଠେଲା,
କର୍ମଚାରୀ ତଥା ମୁଖ୍ୟ କିରାଣୀ ବିକ୍ରମାଦିତ୍ୟ ବାରିକ, କିରାଣୀ କୁଳମଣି ବାଣୁଆ, ରୀତାରାଣୀ ବାରିକ, ଡି. ବିଜୟ କୁମାର ଜୟମୁନି ବେହେରା ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତେ ସ୍ୱର୍ଗତା ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।





