ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପସଭାପତିଙ୍କ ବିୟୋଗ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଖଜୁରିଆ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପସଭାପତି ସୁବଳ ସାହୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହେଉଥିଲା। ସ୍ୱର୍ଗତ ସାହୁ ଜଣେ ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ସମାଜସେବା ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ସଦ୍‌ବ୍ୟବହାର, ସାମାଜିକ ଦାୟିତ୍ୱବୋଧତା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ମରଶରୀରକୁ ଶିକ୍ଷାବିତ୍ ଶ୍ରୀ କୈଳାସ ଚନ୍ଦ୍ର ସାମନ୍ତସିଂହାର, ବରିଷ୍ଠ ବିଜେପି ନେତା ଶ୍ରୀ ରମେଶ ଚନ୍ଦ୍ର ସାମନ୍ତସିଂହାର, ଗମ୍ଭାରୀମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ରଣସିଂହ, ଶ୍ରୀ ଦାଶରଥି ସେଠୀ, ଶ୍ରୀ ଦୟାନିଧି ସାହୁ, ଶ୍ରୀ ସଞିବ କୁମାର ସିଂହଦେଓଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବନ୍ଧୁବାନ୍ଧବ, ଖଜୁରିଆ ଗ୍ରାମବାସୀ ଓ ଗମ୍ଭାରୀମୁଣ୍ଡା ବଜାର କମିଟିର ସଦସ୍ୟମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠପୁତ୍ର ଶ୍ରୀ ନାରାୟଣ ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ। ଶେଷକୃତ୍ୟ ବେଳେ ପୁତ୍ର, ପୁତ୍ରବଧୂ, ଝିଅ, ଜ୍ବାଇଁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.