ଅମର +୩ ମହାବିଦ୍ୟାଳୟ ଠାରେ ପାଳିତ ହେଲା ୭୭ତମ ବନ ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ଅମର ଯୁକ୍ତତିନି ମହାବିଦ୍ୟାଳୟ ଠାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଛି। କେସିଙ୍ଗା ବନ ବିଭଗ ଓ ଅମର +୩ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା।  ଅତିଥିଭାବେ ଅମର ଯୁକ୍ତତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ନବୀନ ପଧାନ, ଜାତୀୟ ସେବା ଯୋଜନା ଅଧିକାରୀ ରାଜେନ୍ଦ୍ର ଗହୀର, ଅଧ୍ୟାପିକା ସସ୍ମିତା ସାହୁ, ଅଧ୍ୟାପକ ରବୀନ ନନ୍ଦ, ଅଧ୍ୟାପକ ନରେଶ ବିଶି, କେସିଙ୍ଗା ବନ ବିଭାଗ ବନରକ୍ଷୀ ଅମିତଚକ୍ର ବର୍ତ୍ତୀ, ବନରକ୍ଷୀ ସପ୍ନା କିଷାନ, ବନରକ୍ଷୀ ରାଜଲଷ୍ମୀ ପଧାନ, ସମାଜସେବୀ ହୃଦାନନ୍ଦ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ଅମର ଯୁକ୍ତତିନି ମହାବିଦ୍ୟାଳୟ କୁଶୁର୍ଲା ଏନଏସଏସ ଛାତ୍ର କୋଦଣ୍ଡ ବଗର୍ତି, ଯଜାତି ସାହୁ, ରମାକାନ୍ତ ସାହୁ, ଶୋଭା ସାହୁଙ୍କ ସମେତ ଯୁକ୍ତ ତିନି ମହାବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.