ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅନୁକୁଳ ପାଗ ଯୋଗୁଁ ରୁପ୍ରାରୋଡରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଉସୀ ଘରୁ ବିଦାୟ ନେଇ ପହଣ୍ଡି ବିଜେ କରିଥିଲେ ତିନି ଠାକୁର। ପବିତ୍ର ବାହୁଡା ଯାତ୍ରା ପାଇଁ ସକାଳୁ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା। ଦିନ ତମାମ ପୂଜାପାଠ ଓ ନିତିକାନ୍ତି ପରେ ଅପରାହ୍ନରେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ। ଓଡ଼ିଶାର ପ୍ରସିଦ୍ଧ କଥାବାଚକ ଆଶିର୍ବାଦଜୀ ମହାରାଜ ଓ ମନ୍ଦିରର ପୁଜାରୀ ପ୍ରତାପ ପଣ୍ଡା ବାହୁଡ଼ା ନିତି ସଂପାଦନ କରିଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୂତ୍ର ସୁନୀଲ ଅଗ୍ରୱାଲ ରଥରେ ଛେରାପହଁରା କରିଥିଲେ। ପ୍ରଶାନ୍ତ ବେହେରା ଓ ଅଶୋକ ଅଗ୍ରୱାଲ ମଉସା ଭୂମିକା ନିର୍ବାହ କରିଥିଲେ। ପ୍ରଦୀପ ଅଗ୍ରୱାଲ, ସୁଧିର ଅଗ୍ରୱାଲ, ସୁଦୀପ ଅଗ୍ରୱାଲ, କାହ୍ନା ଶର୍ମା, ସଞ୍ଜୟ ବେହେରା, କାଲୁ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





