ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ନବ ନିର୍ମିତ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ ଭବନ ପବିତ୍ର ବାହୁଡା ଯାତ୍ରା ଦିନ ପ୍ରତିଷ୍ଠା ହୋଇଯାଇଛି। ଏନେଇ ଶୁକ୍ରବାର ବ୍ଲକ ପରିସରରେ ଏକ ଭବ୍ୟ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନର୍ଲା ଆଇସିଡିଏସ ଅଫିସ ର ବାମ ପାର୍ଶ୍ୱରେ ନିର୍ମିତ ଏହି ମନୋରମ କାର୍ଯ୍ୟାଳୟର ପ୍ରତିଷ୍ଠା ପୂଜା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି କର୍ତ୍ତା ଭାବରେ ବସି ହୋମାଗ୍ନୀ ରେ ଆହୁତି ପ୍ରଦାନ କରିଥିଲେ। ପଣ୍ଡିତ ବିଜୟ କୁମାର ପଣ୍ତା ପୁରୋହିତ ଭାବରେ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ଯକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ତହସିଲଦାର ବିଭୁ ପ୍ରସାଦ ସିଂ, ବିଜେଡି ନର୍ଲା ବ୍ଲକ ଯୁବ ସଭାପତି ଘାସିରାମ ସାହୁ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତ ରାମ ମାଝୀ, ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଭୀମକେଲା ସରପଞ୍ଚ ପ୍ରତିନିଧି ଜୟନ୍ତ ଗଉଡ, ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରିଆ, ରାକସୀ ସରପଞ୍ଚ ଯେମନ୍ତ ପୋଢ, ବାଗପୁର ସରପଞ୍ଚ ଗୋପାଳ ହାତୀ, ବରିଷ୍ଠ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ପୂଝାରୀ, ଦେବାଶିଷ ପଟ୍ଟନାୟକ, କୁଲୁ ଚାନ୍ଦ, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ତ୍ରିଲୋଚନ ଗଉଡ, ନର୍ଲା ସଭାପତି କିଶୋର ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁଙ୍କ ସମେତ ଅନେକ ଦଳୀୟ କର୍ମି ଓ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ମୋ ଅଞ୍ଚଳବାସୀ ବିଭିନ୍ନ ଅଭିଯୋଗ ନେଇ ଆସିଲେ ସେମାନଙ୍କ ଅଭିଯୋଗ ଶୁଣି ସମାଧାନ କରିବା, ସମିତି ସଦସ୍ୟ ମାନଙ୍କ ସମସ୍ୟା ଶୁଣିବା ପାଇଁ ଓ ମିଟିଂ କରିବା ନିମନ୍ତେ ଏକ ଭଲ କାର୍ଯ୍ୟାଳୟର ଆବଶ୍ୟକ ଥିଲା। ଆଜି ତାହା ପୂରଣ ହୋଇଛି। ଏହି ଅଫିସ ପାର୍ଶ୍ୱରେ ସରପଞ୍ଚ ଭବନଟେ ମଧ୍ୟ ନିର୍ମାଣ କରିବାର ଯୋଜନା ରହିଛି ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରତିଷ୍ଠା ଉତ୍ସଵ ଅବସରରେ ପ୍ରକାଶ କରିଥିଲେ। ବିଧାୟିକାଙ୍କ ଅନୁଦାନ ପାଣ୍ଠିରୁ ଏହି ଭବନ ନିର୍ମିତ ହୋଇଥିବା ଜଣାପଡିଛି।






