ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ବିଭାଗରେ ନୂତନ ଏବିଇଓ ଭାବରେ ବରିଷ୍ଠ ଶିକ୍ଷକ ସଞ୍ଜିବ କୁମାର ପାଢ଼ୀ ଦ୍ବାୟୀତ୍ବ ଗ୍ରହଣ କରିଛନ୍ତି। ଏହି କ୍ରମରେ କୋକସରା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ମହେଶ କୁମାର ଭାଟି ଯୋଗଦେଇ ଥିଲେ। ଏବିଇଓ ତୋଫାନ ମାଝୀ, ନୂତନ ଭାବେ ଯୋଗ ଦେଇଥିବା ଏବିଇଓ ସଂଜୀବ କୁମାର ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ଲଷ୍ମୀଧର ସେନାପତି ପ୍ରମୁଖ ମଞ୍ଚାସିନ ରହିଥିଲେ। କୋକସରା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଈଶ୍ୱରୀ ପ୍ରସାଦ ଅଗସ୍ତି, ଚନ୍ଦ୍ର ମୋହନ ପୁଝାରୀ, ଗଗନ ବିହାରୀ ପଟ୍ଟନାୟକ, ଏମ.ଏନ. ପଦ୍ମଲୋଚନ ସାହୁ, ରମାକାନ୍ତ ଗୌଡ଼, ବବୃରୁବାହାନ ବିଶି, ଭାଗ୍ୟବାନ ବାଗ, ପ୍ରଭାକର ସାହୁ, କେଦାର ନାଏକ, ମନୋଜ କୁମାର ମାଝୀ, ମହାବୀର ରଣା, ଶେଖର ଚନ୍ଦ୍ର ସାହୁ, ନବୀନ ମାଝୀ ସମେତ ଶିକ୍ଷକ ମାନେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରେ ନୂତନ ଭାବେ ଯୋଗଦେଇଥିବା ସେବକ ଭୋଦେବ ପାଳ ଓ ବିମ୍ବାଧର ଭାର୍ତିଙ୍କୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଶିକ୍ଷକ ବୈକୁଣ୍ଠ ଜାଲ ପରିଚାଳନା କରିଥିଲେ।





