ଚଳିତ ବର୍ଷ ପୂଜାରେ ମୁଖ୍ୟ ଆକର୍ଷଣ ହେବ ମହୀଶୁର ପେଲେସ ସଦୃଶ ତୋରଣ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଭାନପୁର ଗ୍ରାମର ବାଲିପଡ଼ା ଠାରେ ୫୩ ତମ ଶାରଦୀୟ ନବରାତ୍ର ଦୁର୍ଗା ପୂଜା ର ପ୍ରସ୍ତୁତି ବୈଠକ କମିଟି ଅଧ୍ୟକ୍ଷ ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ ପୂଜା କମିଟି ର ଉପଦେଷ୍ଠା ମୁଖ୍ୟ ପରେଶ କୁମାର ପଧାନ, ଉପାଧ୍ୟକ୍ଷ ତପନ ପଧାନ, ବାଗପୁର ସରପଞ୍ଚ ଗୋପାଳ ହାତୀ, ସଭାପତି ଲୋଚନ ସାହୁ, ଉପସଭାପତି ରୋହିତ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୂଜା ସମ୍ପାଦକ ଆଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, ପାଣ୍ଠି ସଂଗ୍ରହ ସମ୍ପାଦକ ବବଲୁ ଭୋଇ, ପ୍ରବୀଣ ରଣା, ମନୋରଞ୍ଜନ ସମ୍ପାଦକ ରତିଲାଲ ସାହୁ, ବାଲାଜୀ ବେହେରା, ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ, ବରିଷ୍ଠ ସଦସ୍ୟ ତୁମେଶ୍ଵର୍ ସାହୁ, ତନୁ ଚନ୍ଦନ, ପ୍ରଶାନ୍ତ ବାରିକ, ସମୀର ଗୌଡ, ଅମନ ସାହୁ, ଟିକେଶ୍ୱର ରଣା, ସୁଶାନ୍ତ ନାୟକ, ଡବଲୁ ସାହୁ, ବିଶ୍ଵ ବେହେରା, ତଥା ବଣିକ ସଂଘ ର ସମସ୍ତ ସଦସ୍ୟ ଓ ଭାନପୁର ଗ୍ରାମର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଚଳିତ ବର୍ଷ କର୍ଣ୍ଣାଟକ ରାଜ୍ୟର ମହୀଶୂର ସ୍ଥିତ ମହୀଶୂର ପେଲେସ ସଦୃଶ୍ୟ ତୋରଣ ଓ ଆଲୋକ ରେ ଝଲସି ଉଠିବ ବାଲିପଡ଼ା ଏବଂ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘଣ୍ଟ ବାଜା, ଘୁମୁରା, ସମ୍ପ୍ରଦା ସହିତ ଏକ ଭବ୍ୟ କଳସ ଯାତ୍ରା ହେବ। ଚୁନି ବଗର୍ତ୍ତି ଦଣ୍ଡ, ମିକ୍ସଚର କିଚକ ବଧ, ଝିଅ ରାମଲୀଳା, ମାଷ୍ଟର ମହିଳା ଦଣ୍ଡ, କୀର୍ତ୍ତନ ଧାରା, ପୁରୁଷ ମିକ୍ସଚର ରାମଲୀଳା ଏମିତି ପ୍ରତ୍ୟେକ ରାତ୍ରୀ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ବୋଲି ପୂଜା ସମ୍ପାଦକ ଆଶୋକ କୁମାର ବାରିକ ସୂଚନା ଦେଇଛନ୍ତି।






