ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ୫୪ତମ ଜନ୍ମଦିନ ଅବସରରେ ବିଧାୟକଙ୍କ ବାସଭବନରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ବହୁ ଶୁଭେଚ୍ଛୁ, ସମର୍ଥକ, ବରିଷ୍ଠ ନେତା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ମାଛ କେକ୍ କାଟି ନିଜ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଶିବ ମୁଦୁଲି, କୋରାପୁଟ ଆଇନଜୀବୀ ସଂଘର ସଦସ୍ୟ, ନିର୍ବାଚନମଣ୍ଡଳୀ ଅଧୀନସ୍ଥ ତିନୋଟି ବ୍ଲକର ବରିଷ୍ଠ ନେତା ଓ କର୍ମକର୍ତ୍ତା, ପୋଲିସ ହାବିଲଦାର ସଂଘର କର୍ମକର୍ତ୍ତା, ସ୍ଥାନୀୟ ପୌରପରିଷଦ ଚେୟାରମ୍ୟାନ୍ ଲଲାଟ ରଞ୍ଜନ ସେଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା. ଏସ ଡି ସି ଚେରମେନ, ପୌରପରିଷଦର ସଭ୍ୟା-ସଭ୍ୟଙ୍କ ସମେତ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍ସାହର ସହ ଯୋଗଦେଇଥିଲେ। ସମସ୍ତେ ବିଧାୟକଙ୍କୁ ଫୁଲଗୁଚ୍ଛ ପ୍ରଦାନ କରିବା ସହ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। କେକ୍ କାଟିବା ପରେ ଉପସ୍ଥିତ ଶୁଭେଚ୍ଛୁମାନେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସୁସ୍ଥ, ଦୀର୍ଘ ଓ ସଫଳ ଜୀବନ କାମନା କରିଥିଲେ। ସମସ୍ତଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ବିଧାୟକ ରଘୁରାମ ମାଛ କୃତଜ୍ଞତା ପ୍ରକାଶ କରିଥିଲେ।






