ଓଡ଼ିଆ ବାର୍ତ୍ତା/ ଯାଜପୁର: ଜିଲ୍ଲା ଯାଦବ ମହାସଭା ଯାଜପୁର ଆନୁକୂଲ୍ୟରେ ରସୁଲପୁର ବ୍ଲକର ଭୋଟକା ଠାରେ ଓ ବରୀ ବ୍ଲକର ରମ୍ପା ଠାରେ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଜିଲ୍ଲା ସଭାପତି ରାମଚନ୍ଦ୍ର ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିର୍ମଳ ଯତି, ଜିଲ୍ଲା ସାଧରଣ ସମ୍ପାଦକ ମନୋଜ କୁମାର ଦାସ, ଜିଲ୍ଲା ଯୁବ ସଭାପତି ପ୍ରସନ୍ନ ବେହେରା, ସୁକିନ୍ଦା ବ୍ଲକ ସଭାପତି ପରମାନନ୍ଦ ନାୟକ, ରସୁଲପୁର ବ୍ଲକ ସଭାପତି ବାସୁଦେବ ପଳେଇ, ରସୁଲପୁର ବ୍ଲକ ସମ୍ପାଦକ ଶଶିଭୂଷଣ ପରିଡ଼ା, ବଡ଼ଚଣା ବ୍ଲକ ସଭାପତି ଧୁଲେଶ୍ୱର୍ ଦାସ, ରସୁଲପୁର ବ୍ଲକ ଯୁବ ସଭାପତି ସୁଧାକର ପଳେଇ, ବଡ଼ଚଣା ବ୍ଲକ ସଧାରଣ ସମ୍ପାଦକ ତପନ ବେହେରା, ବରୀ ବ୍ଲକ ସଭାପତି ବିପିନ ବିହାରୀ ଦାସ ପ୍ରମୁଖ ଏହି ସାମାଜିକ ସେବାରେ ନିଜକୁ ସାମିଲ କରିଥିଲେ।






