ମୁଖ୍ୟ ରାସ୍ତାରେ ଫସିଲା ବସ୍, ଯାତାୟାତ ବାଧାପ୍ରାପ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଗୁଡ଼ାରି ସହରର ମୁଖ୍ୟ ପ୍ରବେଶ ପଥ କାଦୁଅ ପଚପଚ ହୋଇ ଗମନାଗମନ ପାଇଁ ଅନୁପଯୁକ୍ତ ହୋଇ ପଡିଛି । ଏହି ରାସ୍ତାରେ ବସ ଫସିରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପାଣି କାଦୁଅ ରାସ୍ତାରେ ପ୍ରାୟ ୨ ଘଣ୍ଟା ଧରି ଫସିଯିବା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅକ୍ଲାନ୍ତ ପରିଶ୍ରମ କରି ସ୍ଥାନୀୟ ଲୋକଙ୍କ ସହ‌ଯୋଗରେ ବସ୍ କାଦୁଅ ରାସ୍ତାରୁ ବାହାରିଥିଲା । ବଂଶଧାରା ସେତୁ ଠାରୁ ଶିରିଗୁଡା ଛକ ମଧ୍ୟରେ ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ କାଦୁଅ ପଚ ପଚ ସହ ଖାଇଖମାରେ ପରିପୂର୍ଣ ହୋଇଛି । ଏହି ରାସ୍ତାରେ ପ୍ରତିଦିନ ବସ୍, ଆମ୍ବୁଲାନ୍ସ, ଚାରି ଚକିଆ ଯାନ,ବାଇକ୍ ଯାତାୟାତ କରୁଛି ହେଲେ ମରାମତି କରାଯାଇନାହିଁ । ଏହି ରାସ୍ତା ଦେଇ ୪ଗୋଟି ଗ୍ରାମ ପଞ୍ଚାୟତବାସି ଦୈନନ୍ଦିନ ଯାତାୟାତ କରିଥାନ୍ତି । ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ କହିଛନ୍ତି – ମୋରମ, ମେଟାଲ ପକାଇ ବର୍ତ୍ତମାନ ପାଇଁ ରାସ୍ତା ମରାମତି କରାଯିବ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.