୪୭ ୟୁନିଟ୍ ରକ୍ତ ସଂଗ୍ରହ, ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାୟୁସେନା ସଂଗଠନର ୪୭ତମ ସ୍ଥାପନା ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ରବିବାର ଏକ ମହତ୍ତ୍ୱପୂର୍ଣ୍ଣ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସକାଳ ୯ଟାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ରକ୍ତଭଣ୍ଡାରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବାୟୁସେନା ସଂଗଠନକୁ ‘ୱେଲନେସ ଅନ୍ ହ୍ୱିଲ୍ସ’ ସଂସ୍ଥା ସହଯୋଗ କରିଥିଲା।
ଶିବିରରେ ସଂଗଠନର ଅଶୋକ ଦାଶ, ମାନସ ନାୟକ, ସୁଯୋଗ କୁମାର ଦାସ, ଦାମୋଦର ସାହୁ, ସୁଦୀପ୍ତ ସାହୁ, କ୍ରାନ୍ତି କୃଷ୍ଣା ଓ ହିରଣ୍ମୟୀ ପଣ୍ଡାଙ୍କ ସମେତ ଅନେକ ସଦସ୍ୟ ରକ୍ତଦାନ କରିଥିଲେ। ସେହିପରି ଯୁବପିଢ଼ିର ସଦସ୍ୟ ସୁଭାଶିଷ ବେହେରା, ସବ୍ୟସାଚୀ ଦାଶ, ଦୀପକ ପ୍ରସାଦ ଦାଶ, ଅଭିନାଶ ଦାଶ, ସୁବେଦାର ମେଜର ଜି.କେ. ଦାଶ ଓ ସୁଧାଂଶୁ ଶେଖର ରାଉତଙ୍କ ସମେତ ଅନେକ ସଦସ୍ୟ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିଲେ।

ଶିବିରରୁ ମୋଟ ୪୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ସଂଗଠନର ସଭାପତି ଶିବଦାସ କୁଣ୍ଡୁ, ସମ୍ପାଦକ ମହେଶ୍ୱର ବେହେରା, ଉପସଭାପତି ଗୋପୀନାଥ ଦାସ ଓ ବଂଶୀଧର ସାହୁ, ସହସମ୍ପାଦକ ରାଜକିଶୋର ଜେନାଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟ ଗୋପୀନାଥ ମହାପାତ୍ର, ଉମାକାନ୍ତ ମହାପାତ୍ର, ରାଜେଶ ସାହୁ, ରଘୁନାଥ ପଣ୍ଡା, ବୈଦ୍ୟନାଥ ପଣ୍ଡା, ରସାନନ୍ଦ ବେହେରା, ଅଭୟ କୁମାର ଜେନା, ହରେକୃଷ୍ଣ ସାହୁ ଓ ମନୋଜ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ଏହାସହ ବାୟୁସେନା ସଙ୍ଗିନୀ ସଂଗଠନର ସ୍ୱପ୍ନା କୁଣ୍ଡୁ, ମିନତି ସାହୁ, ଅନୁପମା ଜେନା ଓ ପୁଷ୍ପା ମହାନ୍ତ ମଧ୍ୟ ଉପସ୍ଥିତ ରହି ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ। ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ରାଜକିଶୋର ଜେନା, ରାଜେଶ ସାହୁ, ରଘୁନାଥ ପଣ୍ଡା, ଉମାକାନ୍ତ ମହାପାତ୍ର, ରସାନନ୍ଦ ବେହେରା ଓ ଅଶୋକ ଦାଶ (କ) ପ୍ରମୁଖ ଶିବିରର ସଫଳ ଆୟୋଜନ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ।ଜିଲ୍ଲା ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆୟୋଜକମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ। ରକ୍ତଦାନ ମାଧ୍ୟମରେ ସ୍ଥାପନା ଦିବସ ପାଳନର ଏହି ପ୍ରୟାସକୁ ଉପସ୍ଥିତ ସମସ୍ତେ ପ୍ରଶଂସା କରିଥିଲେ।





