ସଂଯୁକ୍ତା ରାଉତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଚାରା ବଣ୍ଟନ ଓ ରୋପଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଟକ: କିଶନନଗର ଥାନା ସାଲେପୁର ନିର୍ବାଚନ ମଣ୍ଡଳୀ ୪୬ ନମ୍ବର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ରାଉତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ସେବାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହେବା ପରେ ଲୋକମାନଙ୍କୁ ଚାରାଗଛ ବଣ୍ଟନ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା। “ସମ୍ପୂର୍ଣ୍ଣl” ନାମରେ ଏକ ପତ୍ରିକା ଉନ୍ମୋଚନ ହୋଇ ଥିଲା l ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ନାଟକ “ମା” ପରିବେଷଣ କରାଯାଇଥିଲା । ଏଭଳି ଭାବେ ସେବା,ସମ୍ମାନ,ଶିକ୍ଷାବିତଙ୍କୁ ସମ୍ବର୍ଧନା,ପରିବେଶ ସୁରକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆର ଢ଼ଙ୍ଗରେ ସଂଯୁକ୍ତା ରାଉତଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.