ଗାଁ ହାଟରେ ନୂଆଖାଇର ବାସ୍ନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନୂଆଖାଇ ଗୋଟିଏ ଦିନର ପର୍ବ ନୁହଁ, ଏହା ତିନି ଦିନଧରି ପାଳିତ ହୋଇଥାଏ। ସମସ୍ତଙ୍କୁ ଏକତାର ରଜ୍ଜୁରେ ବାନ୍ଧି ରଖିଥାଏ ଏହି ମହାପାର୍ବଣ। ଗ୍ରାମାଞ୍ଚଳର ଜନସାଧାରଣ ନୂଆଖାଇର ସାମଗ୍ରୀ କିଣିବାକୁ ହାଟ ଉପରେ ନିର୍ଭର କରିଥାନ୍ତି। ଗାଁ ହାଟମାନଙ୍କରୁ ସଉଦା ପତ୍ର, କପଡ଼ା, ହାଣ୍ଡି, କୁଲା, ଚୁଡ଼ା, ନୂଆ ଧାନ ଆଦି କିଣାବିକା ହୋଇଥାଏ। ନୂଆଖାଇ ବାସୀ ମନାଇବା ପାଇଁ ଲୋକେ ହାଟରୁ ଛେଳି ମେଣ୍ଢା ମଧ୍ୟ କିଣିଥାନ୍ତି। ଭାଦ୍ରବ ମାସ ସାରା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଟ ମୁଖରିତ ହୋଇ ଉଠିଥାଏ। କାରଣ ଏଠାରେ ଶ୍ରାବଣ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଲୋକେ ପରମ୍ପରା, ଲୋକାଚାର ଓ କୂଳାଚାର ଅନୁସାରେ ଭାଦ୍ର ଶୁକ୍ଳ ପ୍ରତିପଦା, ଗଣେଶ ଚତୁର୍ଥୀ ସନ୍ଧ୍ୟା, ପଞ୍ଚମୀ, ସପ୍ତମୀ ଓ ଦଶମୀ ତିଥିରେ ନୂଆ ଖାଇଥାନ୍ତି। ତେବେ ନୂଆଖାଇକୁ ନେଇ ମହକି ଯାଇଛି କଳାହାଣ୍ଡି ଜିଲ୍ଲା ୧୩ଗୋଟି ବ୍ଲକର ଶତାଧିକ ହାଟ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.