ଛନଛଡ଼ା ଓ ଖମଗଡ଼ାରେ ସାମୁହିକ ନବାନ୍ନ ଭକ୍ଷଣ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡା ମାଉସୀ ମନ୍ଦିର ପ୍ରାଙ୍ଗଣରେ କ୍ଷତ୍ରୀୟ ପଡ଼ାର ୧୫୦ ପରିବାର ସଦସ୍ୟ ସଦସ୍ୟା ଗୋଟିଏ ସ୍ଥାନରେ ସାମୁହିକ ନବାନ୍ନ ଭକ୍ଷଣ କରି ଏକତା, ଭାଇଚାରା ଓ ସାଂସ୍କୃତିକ ଜାଗରଣର ଉଦାହରଣ ସୃଷ୍ଟି କରିଛନ୍ତି | ପୁରୋହିତ ସଂଜୀବ ପୁରୋହିତ, ଝାଙ୍କର ରାମଚନ୍ଦ୍ର ବୁଡ଼େକ ନୂଆ ଚୁଡାକୁଣା ସମସ୍ତଙ୍କୁ ବାଣ୍ଟିଥିଲେ | ଘନଶ୍ୟାମ ପୁରୋହିତ ନୂଆଖାଇ ପର୍ବର ବିଶେଷତ୍ୱ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ | ମାଉସୀ ମନ୍ଦିର ଗଣେଶ ପୂଜା କମିଟିର ଯୁବଗୋଷ୍ଠୀଙ୍କ ଆହ୍ୱାନରେ ପଡ଼ାର ସମସ୍ତ ଲୋକଙ୍କ ଗୋଟିଏ ସ୍ଥାନରେ ସାମୁହିକ ନବାନ୍ନ ଭକ୍ଷଣ ନେଇ ସିଦ୍ଧାନ୍ତ ନିଆଯାଇଥିଲା l ପ୍ରମୋଦ ବୁଡ଼େକ, ବାମନ ବୁଡ଼େକ, ବାସୁଦେବ ଚୌହାନ, ବସୁ ମଲ୍ଲିକ, କୁଶ ଦଳପତି, ଶ୍ୟାମ ପୁରୋହିତ, ଉମେଶ ପୁରୋହିତ, ମୁକୁନ୍ଦ ଦେଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସେହିପରି ଯୁରାବନ୍ଧ ପଞ୍ଚାୟତ ଖମଗଡ଼ା ଗାଁର ମାହାର ସମାଜର ୨୫ ପରିବାରର ସଦସ୍ୟ ସଦସ୍ୟା ସାମୁହିକ ନୂଆଖାଇ ପର୍ବ ପାଳନ କରିଥିଲେ | ନିମାଇଁ ଚରଣ ସାହାଣି, ବ୍ରଜ ସାହାଣି, ପଦ୍ମଚରଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା | ଏହି ଅବସରରେ ଗାଁର ବରିଷ୍ଠ ନାଗରିକ କଳାକାହ୍ନୁ ବାରିକ, ସିନ୍ଧୁ ସାହାଣି, ଚନ୍ଦ୍ର ସିଂ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଉଭୟ ସ୍ଥାନରେ ନବାନ୍ନ ଭକ୍ଷଣ ପରେ ଅନୁଷ୍ଠିତ ଜୁହାର ଭେଟ କାର୍ଯ୍ୟକ୍ରମରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.