ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମର ରାଜପଲିଆ ପରିବାରର ଶହେ ଜଣ ସଦସ୍ୟ ସଦସ୍ୟା ବିଗତ ଦୁଇ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏକାଠି ନୂଆଖାଇ ପର୍ବକୁ ପାଳନ କରିଛନ୍ତି | ଗୌନ୍ତିଆ ସୁବାଷ ରାଜପଲିଆଙ୍କ ତତ୍ତ୍ୱାବଧାନରେ ନୂଆଖାଇ ପର୍ବକୁ ସମସ୍ତେ ଆନନ୍ଦ ଉତ୍ସାହର ସହ ସମ୍ମିଳିତ ହୋଇ ଉପଭୋଗ କରିଥିଲେ | ବୟୋଜ୍ୟେଷ୍ଠ ବ୍ୟକ୍ତି ନର୍ଭେରାମ ରାଜପଲିଆ, ବ୍ରଜ ରାଜପଲିଆ, ବିରଞ୍ଚି ରାଜପଲିଆ, ଭଗବାନ ରାଜପଲିଆ, ଜୟବାନ ରାଜପଲିଆ, ସଦାନନ୍ଦ ରାଜପଲିଆ ପ୍ରମୁଖଙ୍କୁ ସାନମାନେ ନୂଆଖାଇ ଜୁହାର ହୋଇ ଆଶୀର୍ବାଦ ଗ୍ରହଣ କରିଥିଲେ |





