ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପରିସରରେ ମଙ୍ଗଳବାର ରାତିରେ ନୂଆଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ପ୍ରଦ୍ୟୁମ୍ନ ଭୋଇ, ପ୍ରକାଶ ଧଙ୍ଗଡାମାଝୀ, ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଚୌକିବସା, ପୁଚି, ହାଣ୍ଡି ପିଟା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଚୌକିବସାରେ ଶ୍ରେୟାଂଶୀ ପ୍ରଥମ, ମାନୀ ଦ୍ବିତୀୟ, ବିଜୟଲକ୍ଷ୍ମୀ (ସୁଶ୍ରୀ) ତୃତୀୟ, ପୁଚିରେ ମାମି ପ୍ରଥମ, ମିତା ଦ୍ବିତୀୟ, ଶୁଭ୍ରାଂଶୀ ତୃତୀୟ ଏବଂ ହାଣ୍ଡିପିଟାରେ ମିତା ପ୍ରଥମ, ମାମି ଦ୍ବିତୀୟ ଏବଂ ସାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ, ଉପସଭାପତି ସୁରେଶ କୁମାର ଧଙ୍ଗଡାମାଝୀ, କ୍ରିଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ ଏବଂ ଅନୁଷ୍ଠାନର ସଦସ୍ୟବୃନ୍ଦ ସହଯୋଗ କରିଥିଲେ।





