ଧରବଗଡରେ ସାମୂହିକ ନୂଆଁଖାଇ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଧରବଗଡ ପଞ୍ଚାୟତ ଧରବଗଡ ଗ୍ରାମବାସୀ ୬ଷ୍ଠତମ ସାମୁହିକ ନୂଆଁଖାଇ ପାଳନ କରି ଏକତା ଓ ଭାଇଚାରାର ବାର୍ତ୍ତା ଦେଇଛନ୍ତି । ଗ୍ରାମବାସୀ ନିଜ ନିଜ ଘରେ ଇଷ୍ଟ ଦେବ/ଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରିବା ପରେ ଗାଁ ଦାଣ୍ଡରେ ସାମୁହିକ ନୁଆଁଖିଆ ହୋଇଥିଲା । ଗାଁର ୧୧୦ ପରିବାର ଏଥିରେ ସାମିଲ ହୋଇଥିଲେ । ପରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ କନିଷ୍ଠମାନେ ବରିଷ୍ଠଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ । ଆଦର୍ଶ କ୍ଳବ ସଭାପତି ନିଲୁ ତାଣ୍ଡିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେ, ସାମାଜିକ କର୍ମୀ ସୁବଳ ତାଣ୍ଡି, ଗୋବିନ୍ଦ କୁମ୍ଭାର, ଭାରତୀୟ ଜୀବନ ବୀମା ନିଗମ ଟିଟିଲାଗଡ଼ ଶାଖା ପ୍ରବନ୍ଧକ ସୁରେଶ ଚନ୍ଦ୍ର ବାରିକ, ଅଙ୍ଗନୱାଡି କର୍ମୀ କୈଳାସ ବାରିକ, ଆଶା କର୍ମୀ ରୀତୁ ବାରିକ, ଆଦର୍ଶ କ୍ଲବ ସମ୍ପାଦକ ପୌଲସ୍ତ୍ୟ ମହାନନ୍ଦ ଅତିଥି ଭାବେ ଯୋଗ ଦେଇ ନୂଆଖାଇ ପର୍ବର ମହତ୍ତ୍ୱ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ମହିଳାଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ସୁନୀତା ତାଣ୍ଡି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । କ୍ଷୀରସିନ୍ଧୁ ତାଣ୍ଡି, ସୁନୀଲ ବାରିକ, ଛବିଳ ତାଣ୍ଡି, ପରମା ବାରିକ, ଶମ୍ଭୁ ବାରିକ, ସରୋଜ ବାରିକ, ଦିନେଶ ବାରିକ, ଅନିଲ ବାରିକ, ଗୁରୁ ମହାନନ୍ଦ, ଶତ୍ରୁଘ୍ନ ବାରିକ, କରୁଣାକର ବାରିକ, ଭିକା ନାଗ, ତପନ କୁମାର ବାରିକ, ଯଜ୍ଞ ବାରିକଙ୍କ ସମେତ ଆଦର୍ଶ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.