ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜିରେ ଆଦର୍ଶ ଯୁବକ ସଂଘ ଆନୁକୁଲ୍ୟରେ ନୁଆଁଖାଇ ଭେଟଘାଟ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ଗୌନ୍ତିଆ ଟିକେନନ୍ଦ ମାଝୀ ପୂଜାର୍ଚ୍ଚନା କରିଥିଲେ | ସଞ୍ଜୟ ଦାସ ଲୋକଗୀତ ଗାଇଥିବା ବେଳେ ଦୁଲଦୁଲି ବାଦ୍ୟରେ ଜଗନ ଖମାରୀ, ସୁଶିଲ ଧରୁଆ, କାହ୍ନା ମିର୍ଦ୍ଧା, ଆଶିଷ ଭୋଇ, ପପୁ ମାଝୀ, ଡୋଳା ଧରୁଆ, ଦେବାଶିଷ ଭୋଇ ବାଦ୍ୟାଂଶେ ସହାୟତା କରିଥିଲେ | ସଙ୍ଘ ସଭାପତି ଜୟରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦ୍ମକିଶୋର ମାଝୀ, ଘାସିରାମ ଖମାରୀ, ସଦାନନ୍ଦ ମିର୍ଦ୍ଧା, ଉପାସୁ ମାହାର, ସୁଦାମ ମିର୍ଦ୍ଧା, ବନବିହାରୀ ମିର୍ଦ୍ଧା, ସାମନ୍ତ ମିର୍ଦ୍ଧା, କେଶବ ଧରୁଆ ଅତିଥି ଭାବେ ଯୋଗଦେଇଥିଲେ | ସଂଘ ସମ୍ପାଦକ ହରିଶ୍ଚନ୍ଦ୍ର ବାଗ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ନିମାନନ୍ଦ ଖମାରୀଙ୍କ ସଂଯୋଜନାରେ ନୃତ୍ୟ ପ୍ରତିଯୋଗିତା ‘କୁରେ ଫୁଲ’ରେ ରୋହିତାଶ୍ଵ ସୁଆର, ରମେଶ ମିର୍ଦ୍ଧା, ସଦାନନ୍ଦ ମିର୍ଦ୍ଧା ବିଚାରକ ରହିଥିଲେ | ସନ୍ଧ୍ୟାରାଣୀ ମିର୍ଦ୍ଧା, ବଡ଼ ଦେଓ ଡ୍ୟାନ୍ସ ଗ୍ରୁପ୍, ଆହାନା ସାହୁ, କମଳାକାନ୍ତି ମାଝୀ, ଆଦିବାସୀ ଡ୍ୟାନ୍ସ ଗ୍ରୁପ ପ୍ରମୁଖ କୃତି ନୃତ୍ୟ ଶିଳ୍ପୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ | ଶେଷରେ କୃଷ୍ଣଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ | ସତ୍ୟ ମହାକୁର, ପପୁ ମାଝୀ, ଦେବାଶିଷ ମାଝୀ, ରୁଦ୍ରାକ୍ଷ ଧରୁଆ, ରାକେଶ ପରୁଆ, ବଳରାମ ନାଏକ, ସୋମନାଥ ମିର୍ଦ୍ଧା, ଟିକୁ ଧରୁଆ, ସିପୁନ ଖମାରୀ, ନରଦୀପ ମାହାର, ଶ୍ରୀକାନ୍ତ ମିର୍ଦ୍ଧା, ଶ୍ରୀଓମ ଖମାରୀ ପ୍ରମୁଖ ସଦସ୍ୟଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ |





