ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ: ଦେବଗିରି ମଠରେ ସାମୁହିକ ଦୀପ ପ୍ରଜ୍ବଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ବୁଢ଼ୀପଦର ସ୍ଥିତ ପ୍ରସିଦ୍ଧ ‘ଦେବଗିରି ମଠ’ ଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ଦୀପ ପ୍ରଜ୍ଜଳିତ ହୋଇଛି। ଏଥିରେ ନୂଆପଡ଼ା ଜିଲ୍ଲା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର, ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ବାଗ, ସ୍ବତନ୍ତ୍ର ଉନ୍ନୟନ ପରିଷଦ କଳାହାଣ୍ଡିର ଉପାଧ୍ୟକ୍ଷା ରିନା ଭୋଇ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ସୁରେଶ କୁମାର ଭୋଇ, ଜିଲ୍ଲା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ନିଳାଞ୍ଚଳ ସିଂ ଠାକୁର, ସରିଆଁ ମଣ୍ଡଳ ସାଧାରଣ ସମ୍ପାଦକ କପିଳାସ ସା, ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ପ୍ରଭାରୀ ଗୋପାଳ କୃଷ୍ଣ ପଧାନ, ସସ୍ମିତା ମାଝୀ, ପୁରୁଷୋତ୍ତମ ମାଝୀ, ପ୍ରତିମା ଜାନୀ, ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ, ପୂର୍ବତନ ଟ୍ରଷ୍ଟି ବିଜୟ ଧଙ୍ଗଡାମାଝୀ, ସଦସ୍ୟ ସୁରେନ୍ଦ୍ର ମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ଦେବରାଜ ଗଉଡ, ଭରତ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ସିଆରପି ମିନା ହଂସଙ୍କ ସହ ଅନେକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.